କନକବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟକଙ୍କ ନାମରେ ସୋସିଆଲ ମିଡିଆରେ ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦେଇ ପୋଷ୍ଟ । ଏଥିସହ ବିଧାୟକଙ୍କ ଜାତିକୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଅପ୍ରଚାର କରାଯାଉଥିବାରୁ ଥାନାରେ ଏତଲା ଦେଲେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । କିଛି ଦିନ ହେଲା ଫେସବୁକରେ ବିଭିନ୍ନ ଫେକ ପେଜ କରି ଏହି ସବୁ ପୋଷ୍ଟ କରାଯାଉଥିଲା ।
ବିଧାୟକ ବିଜେଡି ସରପଂଚ ସମିତିସଭ୍ୟ ମାନଙ୍କ ଠାରୁ ପିସି ନେଉଥିବା ମଧ୍ୟ ଏହି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଯାହା ସମ୍ପୁର୍ଣ୍ଣ ମିଥ୍ୟ ଅଟେ ବୋଲି ବିଧାୟକ କହିଛନ୍ତି । ବିଧାୟକ ଥାନରେ ଏତଲା ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏସପି, ଏସିଏସଟି କମିସନର ଓ ଏଚଆରପିସି କୁ ଏହାର ନକଲ ପଠାଇଛନ୍ତି । ତେବେ ତୁରନ୍ତ ସୋସିଆଲ ମିଡିଆରେ ମିଛ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ବିଧାୟକ ଥାନାରେ ଏତଲା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/14/C1u5GZifqllOgSGejRVn.jpg)