କନକ ବ୍ୟୁରୋ : ବେଙ୍ଗାଳୁରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର କମବ୍ୟାକ୍‌ । ଆଜି ୪୬୨ ରନ କରି ଅଲ ଆଉଟ୍‌ ହୋଇଯାଇଛି ଦଳ । ଏହାସହ ନ୍ୟୁଜିଲାଣ୍ଡ ଆଗରେ ୧୦୭ ରନ ଟାର୍ଗେଟ ରଖିଛି । ତେବେ ଏହି ମ୍ୟାଚରେ ଭାରତର ସମ୍ମାନ ରଖିଛନ୍ତି ସରଫରାଜ ଖାଁ ଓ ଋଷଭ ପନ୍ଥ । ଶରଫରାଜ ନିଜ ପ୍ରଥମ ଶତକ ସହ ୧୫୦ ରନ ପୂରଣ କରିଛନ୍ତି । ସେହପରି ପନ୍ଥ ୯୯ ରନ କରି ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି । ଆଜି ୨୩୧ ରନରୁ ଇନିଂସ ଆରମ୍ଭ ହୋଇଥିବା ବେଳେ ଉଭୟ ଭଲ ପ୍ରଦର୍ଶନ କରି ସ୍କୋରକୁ ଆଗକୁ ନେଇଥିଲେ । ଏବେ ନ୍ୟୁଜିଲାଣ୍ଡ ଆଗରେ ୧୦୭ରନ ଟାର୍ଗେଟ ଥିବା ବେଳେ ହାତରେ ଗୋଟିଏ ଦିନ ରହିଛି । ତେଣୁ କୌଣସି ଚମତ୍କାର ହେଲେ ହିଁ ଭାରତ ପରାଜୟରୁ ବର୍ତ୍ତି ପାରିବ । ଖେଳ ଆରମ୍ଭରୁ ପ୍ରଥମ ଦିନ ବର୍ଷା ହୋଇଥିଲା । ଯେଉଁଥିପାଇଁ ପ୍ରଥମ ଦିନ ମ୍ୟାଚ ଖେଳାଯାଇ ପାରିନଥିଲା । ଏହାପରେ ଦ୍ବିତୀୟ ଦିନ ମାତ୍ର ୪୬ ରନ କରି ଅଲ ଆଉଟ ହୋଇ ଯାଇଥିଲା ଭାରତୀୟ ଟିମ୍‌ । ପରେ ନ୍ୟୁଜିଲାଣ୍ଡ ୪୦୨ ରନର ବଡ଼ ପାଳି ଖେଳିଥିଲେ ।