କନକ ବ୍ୟୁରୋ : ଭାରତୀୟ ଦଳର ଷ୍ଟାର ଓପନର୍ ଅଭିଷେକ ଶର୍ମା ରବିବାର (ଫେବୃଆରୀ ୨) ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଦୁର୍ଦ୍ଦଶ ବ୍ୟାଟିଂ କରି ସବୁ ରେକର୍ଡକୁ ପଛରେ ପକାଇଛନ୍ତି । ମାତ୍ର ୩ ୭ ବଲରେ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । କୁହାଯାଏ ଅଭିଷେକ ଶର୍ମା ସିକ୍ସର କିଙ୍ଗ୍ ଯୁବରାଜ ସିଂଙ୍କ ଶିଷ୍ୟ । ହେଲେ ଆଜି ଯେଭଳି ତାଙ୍କ ପ୍ରଦର୍ଶନ ରହିଥିଲା, ତାହା ସମସ୍ତଙ୍କ ମନ କିଣି ନେଇଛି । ଏପରିକି ତାଙ୍କ ଗୁରୁ ଯୁବରାଜ ମଧ୍ୟ ଏପରି ଦ୍ରୁତତମ ଶତକ କରିପାରି ନଥିଲେ ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ ରବିବାର ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତୀୟ ଦଳ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ଇନିଂସ ଆରମ୍ଭରୁ ଓପନର ଅଭିଷେକ ଶର୍ମା ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ ।
ଅଭିଷେକ ଶର୍ମା ଭାରତକୁ ଏକ ଫ୍ଲାଇଙ୍ଗ ଷ୍ଟାର୍ଟ ଦେଇ ପ୍ରଥମେ ୧୭ ବଲରେ ଅର୍ଦ୍ଧଶତକ ହାସଲ କରଥିଲେ । ଏହାପରେ ସେ ଏହାକୁ ଅନ୍ତର୍ଜାତୀୟ ଟି-୨୦ରେ ଦ୍ୱିତୀୟ ଦ୍ରୁତତମ ଶତକରେ ପରିଣତ କରିଛନ୍ତି । ଅଭିଷେକ ମାତ୍ର ୩୭ ବଲରେ ଦ୍ରୁତ ଶତକ ହାସଲ କରିଛନ୍ତି । ସେ ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତତମ ଶତକ ହାସଲ କରିଥିବା ଦ୍ୱିତୀୟ ଭାରତୀୟ ହୋଇଛନ୍ତି । ଶତକ ପୂରଣ କରିବା ପରେ ଅଭିଶେକ ୧୦ ଛକା ଓ ୫ଟି ଚୌକା ମାରିଥିଲେ । ସେ ୪୦ ବଲରେ ଶତକ ହାସଲ କରିଥିବା ସଞ୍ଜୁ ସାମସନଙ୍କ ରେକର୍ଡ ଭାଙ୍ଗିଛନ୍ତି । ତେବେ ଭାରତୀୟଙ୍କ ମଧ୍ୟରେ ରୋହିତ ଶର୍ମା ୩୫ଟି ବଲରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ରଖିଛନ୍ତି । ଯାହା ଏପର୍ୟ୍ୟନ୍ତ ଭାଙ୍ଗି ନାହିଁ । ଅନ୍ତର୍ଜାତୀୟ ଟି -୨୦ରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ଏଷ୍ଟୋନିଆର ସାହିଲ ଚୌହାନଙ୍କ ନାମରେ ଅଛି । ଗତ ବର୍ଷ ସେ ସାଇପ୍ରସ୍ ଦଳ ବିପକ୍ଷରେ ୨୭ଟି ବଲରେ ଶତକ ହାସଲ କରିଥିଲେ । ସେ ମାତ୍ର ୨୭ଟି ବଲ୍ରେ ଶତକ ହାସଲ କରିଥିଲେ ।
ଏହି ମ୍ୟାଚରେ ଅଭିଷେକ ଶର୍ମା ୫୪ ବଲରେ ମୋଟ ୧୩୫ କରିଥିଲେ । ଏହି ପାଳିରେ ସେ ୧୩ଟି ଛକା ଓ ୭ଟି ଚୌକା ମାରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତିଲକ ବର୍ମା ୧୫ ବଲ୍ରେ ୨୪ ରନ୍ ସଂଗ୍ରହ କରିଥିଲେ । ଅଭିଷେକ ଏବଂ ତିଲକ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୪୩ ବଲରେ ୧୧୫ ରନର ଭାଗିଦାରୀ ହୋଇଥିଲା ।
ଅନ୍ତର୍ଜାତୀୟ ଟି-20ରେ ପୂର୍ଣ୍ଣ ସଦସ୍ୟ ଦଳ ମଧ୍ୟରେ ଦ୍ରୁତତମ ଶତକ ହାସଲକାରୀ
୩୫ ବଲ୍ - ଡେଭିଡ ମିଲର ବନାମ ବାଂଲାଦେଶ, ପୋଟଚେଫ୍ଷ୍ଟରୁମ ୨୦୧୭
୩୫ ବଲ - ରୋହିତ ଶର୍ମା ବନାମ ଶ୍ରୀଲଙ୍କା, ଇନ୍ଦୋର ୨୦୧୭
୩୭ ବଲ - ଅଭିଷେକ ଶର୍ମା ବନାମ ଇଂଲଣ୍ଡ, ୱାନକେଡେ ୨୦୨୫
୩୯ ବଲ - ଜନସନ ଚାର୍ଲ୍ସ ବନାମ ଦକ୍ଷିଣ ଆଫ୍ରିକା, ସେଞ୍ଚୁରିଆନ ୨୦୨୩
୪୦ ବଲ - ସଞ୍ଜୁ ସାମସନ ବନାମ ବାଂଲାଦେଶ, ହାଇଦ୍ରାବାଦ ୨୦୨୪
ଅନ୍ତର୍ଜାତୀୟ ଟି-20ରେ ଦ୍ରୁତତମ ୫୦ ସ୍କୋର କରିଥିବା ଭାରତୀୟ
୧୨ ବଲ୍ - ଯୁବରାଜ ସିଂ ବନାମ ଇଂଲଣ୍ଡ, ଡର୍ବାନ୍ ୨୦୦୭
୧୭ବଲ୍ - ଅଭିଷେକ ଶର୍ମା ବନାମ ଇଂଲଣ୍ଡ, ୱାଙ୍ଖେଡ଼େ ୨୦୨୫
୧୮ ବଲ୍ - କେଏଲ୍ ରାହୁଲ ବନାମ ସ୍କଟଲ୍ୟାଣ୍ଡ, ଦୁବାଇ ୨୦୨୧
୧୮ ବଲ୍ - ସୂର୍ଯ୍ୟକୁମାର ଯାଦବ ବନାମ ଦକ୍ଷିଣ ଆଫ୍ରିକା, ଗୁହ୍ୱାଟି ୨୦୨୨