କନକ ବ୍ୟୁରୋ : ଏକ୍ରାମ ପ୍ରକଳ୍ପ ଓ ଲିଙ୍ଗରାଜ ମନ୍ଦିର ଆଇନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବୟାନବାଜି ଚର୍ଚ୍ଚାକୁ ଆସିଛି। ବର୍ତମାନ ସୁଦ୍ଧା ଏକାମ୍ର ପ୍ରକଳ୍ପର ମାତ୍ର ୫ ପ୍ରତିଶତ କାମ ହୋଇଥିବା କହି ପୂର୍ବ ସରକାର ଉପରେ ବର୍ଷିଛନ୍ତି ବାବୁ ସିଂ। ଜମି ଅଧିଗ୍ରହଣନକରି ଲୋକଙ୍କୁ ଠିକିଛନ୍ତି ନବୀନ ସରକାର। ଏବେ ସରକାର ବଦଳିଛି ଶୀଘ୍ର ଲିଙ୍ଗରାଜ ମନ୍ଦିର ଆଇନ ପ୍ରଣୟନ ହେବ। ଏନେଇ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ସହ ଆଲୋଚନା ସରିଥିବା କହିଛନ୍ତି ଏକାମ୍ର ବିଧାୟକ ବାବୁ ସଂ। ସେପଟେ ଏକାମ୍ର ବିଧାୟକଙ୍କୁ କଡ଼ା ଜବାବ ଦେଇଛନ୍ତି  ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା। ଜୁନ ୨୭ ତାରିଖରେ ଏକାମ୍ର ପ୍ରକଳ୍ପ କାମ ୪୦ ପ୍ରତିଶତ ସରିଥିବା କହିଥିଲେ ବିଧାୟକ। କିନ୍ତୁ ଆଜି ୫ ପ୍ରତିଶତ କହୁଛନ୍ତି। ଏଥିରୁ ଜଣାପଡୁଛି ତାଙ୍କ ସ୍ମରଣ ଶକ୍ତି ଦୁର୍ବଳ। ଏହା ସହ ଲିଙ୍ଗରାଜମନ୍ଦିର ଆଇନକୁ ଲାଗୁ କରିବା ପାଇଁ ବିଜେଡି ସରକାର ଚେଷ୍ଟା କରିଥିବା ବେଳେ ଭୁବନେଶ୍ବର ସାଂସଦ ଅଟକାଇଥିଲେ ବୋଲି କହିଛନ୍ତି ଅଶୋକ ପଣ୍ଡା।