କନକ ବ୍ୟୁରୋ : ଓଡ଼ିଶାର ଖଣି ଅଞ୍ଚଳ ଜିଲ୍ଲାମାନଙ୍କରୁ ଆସୁଥିବା ରାଜସ୍ୱରେ ପୁରା ଓଡିଶା ଚଳୁଛି । ସେଇ ଅଞ୍ଚଳର ପ୍ରଦୂଷଣ ଏତେ ଯେ, ଯୁଆଡେ ଆଖି ବୁଲେଇବେ ଖାଲି ଧୂଳି ହିଁ ଧୂଳି ଉଡୁଛି । ଗାଡି ଚଳେଇ ହେଉନି, ୫୦ ମିଟରରେ ବି ରାସ୍ତା ଦେଖାଯାଉନି । ଦୁଇ ଚକିଆ ଜାନରେ ଗଲେ ଏମିତି ଧୂଳିରେ ଘାଣ୍ଟି ହେବେ ଯେ, ଆପଣଙ୍କୁ ଘରେ ପରିବାର ଲୋକ ବି ଚିହ୍ନି ପାରିବେନି ।
ପ୍ରଦୂଷଣ କାହିଁକି ନିୟନ୍ତ୍ରଣକୁ ଆସିପାରୁନି, ଏସି ଚାମ୍ବରରେ ବସି ଅଫିସର ପ୍ରଦୂଷଣ ନିୟନ୍ତ୍ରଣର କଣ ଯୋଜନା କରୁଛନ୍ତି ସେ ନେଇ ଅସନ୍ତୋଷ ଝାଡିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ଖଣି ଜିଲ୍ଲାର କାର୍ଯ୍ୟ ସମୀକ୍ଷା କରିବାକୁ ଯାଇ ପ୍ରଦୂଷଣକୁ ଅନୁଭବ କରିଛନ୍ତି ମନ୍ତ୍ରୀ । ସରକାରୀ ଯୋଜନା ଓ ନିୟମ କାର୍ଯ୍ୟକାରୀ କରିବା ପାଇଁ ଅଫିସରଙ୍କୁ ଦେଇଛନ୍ତି ମାସକର ମହଲତ । ମାସକ ମଧ୍ୟରେ ନିୟମ ପାଳନ ନହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଇଣ୍ଡିଆନ ଚାମ୍ବର ଅଫ କମର୍ସ ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, DMF ଫଣ୍ଡରେ ପଡ଼ିରହିଛି ୧୮ ହଜାର କୋଟି ଟଙ୍କା । DMF ଫଣ୍ଡର ହେଉନି ସଦୁପଯୋଗ । ଯୋଡା, ବଡ଼ବିଲ ଅଞ୍ଚଳର ସ୍ଥିତି ବଖାଣି ଉଦବେଗ ପ୍ରକାଶ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଅଫିସରମାନେ ଏସି ରୁମରେ ବସି ଯୋଜନା ନକରି, ଗ୍ରାଉଣ୍ଡଜିରୋକୁ ଯାଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଅନ୍ତୁ ।
୨୦୧୧ ପୂର୍ଵରୁ ଖୋଳା ଯାଇଥିବା ଖଣି ସରିଗଲା ପରେ ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଖଣି ଖୋଲା ପଡିଛି । ୭୦% ପାଉଁଶ ଓ ୩୦ % ପ୍ରତିଶତ ଖଣିଜ ପଦାର୍ଥର ଅବଶିଷ୍ଠରେ ତାକୁ ପୋତିବା ପାଇଁ ନିୟମ ଥିଲେ ବି କେହି ପାଳନ କରୁନାହାନ୍ତି ଯାହା ଫଳରେ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/25/8ej5129JPYsEkf9ftV9t.jpg)