ଗଞ୍ଜାମରେ ମୁଖ୍ୟମନ୍ତ୍ରୀ ବସ ସେବା ଅଧୁରା: ଉପାନ୍ତ ପଞ୍ଚାୟତ ଓ ଗାଁ ଲୋକେ ବଞ୍ଚିତ

Advertisment

ସରକାର ବଦଳିବା ପରେ ଯୋଜନାର ନାଁ ମୁଖ୍ୟମନ୍ତ୍ରୀ ବସ ସେବା କରାଗଲା। ହେଲେ ଏବେ ଏହି ବସ ସେବା ଅନେକ ଉପାନ୍ତ ପଂଚାୟତ ଓ ବହୁ ଗାଁକୁ ପହଂଚୁ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଗଂଜାମ ଜିଲ୍ଲାର ୨୨ ଟି ବ୍ଲକର ପଂଚାୟତ ଓ ବ୍ଲକ ମୁଖ୍ୟାଳୟକ ସଠିକ ଭାବେ ଗଡୁନି ସରକାରୀ ବସ୍।

ସରକାର ବଦଳିବା ପରେ ଯୋଜନାର ନାଁ ମୁଖ୍ୟମନ୍ତ୍ରୀ ବସ ସେବା କରାଗଲା। ହେଲେ ଏବେ ଏହି ବସ ସେବା ଅନେକ ଉପାନ୍ତ ପଂଚାୟତ ଓ ବହୁ ଗାଁକୁ ପହଂଚୁ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଗଂଜାମ ଜିଲ୍ଲାର ୨୨ ଟି ବ୍ଲକର ପଂଚାୟତ ଓ ବ୍ଲକ ମୁଖ୍ୟାଳୟକ ସଠିକ ଭାବେ ଗଡୁନି ସରକାରୀ ବସ୍।

laccmi bus

କନକ ବ୍ୟୁରୋ: ଗାଁ ଗହଳିର ଲୋକଙ୍କ ସୁବିଧା ପାଇଁ ପଞ୍ଚାୟତ ଓ ବ୍ଲକ ମୁଖ୍ୟାଳୟକୁ ଯିବା ପାଇଁ ଗତ ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍ ସେବା। ସରକାର ବଦଳିବା ପରେ ଯୋଜନାର ନାଁ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଗଲା । ହେଲେ ଏବେ ଏହି ବସ୍ ସେବା ଅନେକ ଉପାନ୍ତ ପଞ୍ଚାୟତ ଓ ବହୁ ଗାଁ କୁ ପହଞ୍ଚୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ପଞ୍ଚାୟତ ଓ ବ୍ଲକ ମୁଖ୍ୟାଳୟକ ସଠିକ ଭାବେ ଗଡୁନି ସରକାରୀ ବସ୍। 

ଆହୁରି ପଢନ୍ତୁ : ଆମ ବସ୍‌ ଦୁର୍ଘଟଣା ଓ ଡ୍ରାଇଭରଙ୍କ ମନମାନି ; ଆକ୍ସନ୍‌ ମୋଡ୍‌ରେ ସରକାର

ଧୀରେ ଧୀରେ ଅନେକ ଗାଁକୁ ଏହି ବସ୍ ସେବା ଉପଲବ୍ଧ ହେଉ ନାହିଁ ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଞ୍ଜାମର ଧରାକୋଟ ବ୍ଲକର ସାଆବା, ବଳରାମପୁର, ମଛାକୋଟ, ମାଣିକ୍ୟପୁର ଆଦି ଆଦିବାସୀ  ଅଧ୍ୟୁଷିତ ପଂଚାୟତର ଲୋକ ଏହା ଦ୍ୱାରା ଅଧିକ ଲାଭବାନ ହେଉଥିଲେ । ହେଲେ ଏବେ ସାଆବା, ବଳରାମ ପୁର ଓ ବରଡାବିଲି ପଂଚାୟାତର ଏନେକ ଗ୍ରାମକୁ ଏହି ବସ ସେବା ଉପଲବ୍ଧ ହେଉ ନାହିଁ । ତେଣୁ ସେ ସବୁକୁ ପୁନଃ ଚଳନକ୍ଷମ କରିବା ପାଇଁ ଦାବି ହୋଇଛି । ଏପଟେ ଧରାକୋଟ ବିଡିଓ କହିଛନ୍ତି ଯେଉଁ ଗାଁକୁ ଏହି ବସ୍ ସେବା ବନ୍ଦ ଆଛି ତାହା ଖୁବଶୀଘ୍ର ଚାଲୁ କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe