IncomeTax Raid Photograph: (KanakNews)
କନକ ବ୍ୟୁରୋ: ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ । ଭୁବନେଶ୍ବର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୧୪ଟି ସ୍ଥାନରେ ଚାଲିଛି ଚଢ଼ାଉ । ୧୦୦କୋଟି ଠକେଇ ଅଭିଯୋଗରେ ଚାଲିଛି ଆୟକର ବିଭାଗର ଛାନଭିନ । ଚଢାଉରେ ନିୟୋଜିତ ଅଛନ୍ତି ୧୨୦ ଅଫିସର । ଆକାଉଣ୍ଟାଣ୍ଡଙ୍କୁ ଘାଣ୍ଟୁଛି ପାର୍ଟନରଙ୍କୁ ୨୫ ପ୍ରଶ୍ନ । କେତେ ଠକିଛ ହିସାବ ଦିଅ । ଝାଳନାଳ କଲେଣି ଆୟକର ଅଫିସର ।
ଅଧିକ ପଢନ୍ତୁ:ବୌଦ୍ଧ ସ୍ପିରିଟ କାରଖାନା ବାହାରେ ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍: ବିଡିପିଏଲରେ ୩ଦିନ ହେଲା ଚାଲିଛି ଆୟକର ଚଢ଼ାଉ
ଉତ୍କଳ ବିଲଡରର ଅଫିସ ଆକାଉଣ୍ଟାଣ୍ଡ ପ୍ରସନ୍ନ କୁମାର ବେହେରାଙ୍କୁ ଅଟକ ରଖି ଝାଳବୁହା ଜେରା କରୁଛି ସ୍ୱତନ୍ତ୍ର ଟିମ I ଏହାସହିତ ଉତ୍କଳ ବିଲଡରର ପାର୍ଟନର ପ୍ରକାଶ ଭୁରାଙ୍କୁ ବି ଟିକସ ଫାଙ୍କିଥିବା ନେଇ ପଚରା ଉଚରା ଚାଲିଛି I ସକାଳ ସମୟରୁ ମୋଟ ୧୩ଟି ସ୍ଥାନରେ ଅତର୍କିତ ରେଡ କରୁଛି ଆଇଟି ଟିମ I ବସ୍ତା ବସ୍ତା କାଗଜ ସହ ଜରୁରୀକାଳୀନ ଦସ୍ତାବିଜ ପାଇଛି ଆଇଟି ଟିମ I
ଷ୍ଟୋରୀ ଅପଡେଟ୍ ହେଉଛି...
  
 Follow Us