କନକବ୍ୟୁରୋ : ନୂଆପଡ଼ା ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ । କୋମନା ସ୍ଥିତ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ପକ୍ଷରୁ ଚଢାଉ କରାଯାଇଛି । ମନୋଜ ମିଶ୍ର କୋମନା ବ୍ଲକ୍ର ପୂର୍ବତନ ବିଜେଡି ଅଧ୍ୟକ୍ଷ ଥିଲେ । ପୂର୍ବରୁ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଥିଲେ, ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି । ଉପନିର୍ବାଚନ ପ୍ରଚାର ଶେଷ ଦିନରେ ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଖବର ଅପଡେଟ୍ କରୁଛୁ ....
Follow Us