ବଣ୍ଟି ବବଲିଙ୍କ ଆଉ ଏକ ଅଫିସର ଠିକଣା ପାଇଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍‌ :  ୧୨ଟି ସ୍ଥାନରେ ଏକକାଳୀନ ରେଡ୍ ।

Advertisment

୧୨ଟି ସ୍ଥାନରେ ଆୟକର ବିଭାଗର ଏକକାଳୀନ ରେଡ୍ । ଜନ୍ମଦିନରେ ବିନା ଲୋନରେ ଦାମୀ ଗାଡ଼ି କିଣିଥିଲେ ହଂସିତା ।

୧୨ଟି ସ୍ଥାନରେ ଆୟକର ବିଭାଗର ଏକକାଳୀନ ରେଡ୍ । ଜନ୍ମଦିନରେ ବିନା ଲୋନରେ ଦାମୀ ଗାଡ଼ି କିଣିଥିଲେ ହଂସିତା ।

ଭଙ୍ଗାଗଲା ହଂସିତାଙ୍କ ଅଫିସ୍‌ ତାଲା

ଭଙ୍ଗାଗଲା ହଂସିତାଙ୍କ ଅଫିସ୍‌ ତାଲା Photograph: (kanaknews)

କନକ ବ୍ୟୁରୋ :  ବଣ୍ଟି ବବଲିଙ୍କ ଆଉ ଏକ ଅଫିସ୍ ରୁମର ଠିକଣା ପାଇଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ । ଅଫିସ୍ ଘର ଗ୍ରାଉଣ୍ଡ ଫ୍ଲୋରରେ ଅଛି ଆଉ ଏକ ରୁମ୍ । ରୁମରେ ତାଲା ପଡ଼ିଥିବା ବେଳେ ତାଲା ଭାଙ୍ଗି ଭିତରକୁ ପଶିଛି ସ୍ପେଶାଲ କ୍ରାଇମ୍ ୟୁନିଟ। ତାଲା ନ ଭାଙ୍ଗିବାରୁ ଆରି ମାଧ୍ୟମରେ ତାଲାକୁ କଟା ଯାଇଛି। ସେହି ରୁମ୍ ଭିତରେ ଅନେକ ଗୁରୁତ୍ବପୁର୍ଣ୍ଣ ତଥ୍ୟ ଥିବା ନେଇ ସନ୍ଦେହ କରୁଛି ସ୍ପେଶାଲ କ୍ରାଇମ୍ ୟୁନିଟ। ସେପଟେ ଇନକମ ଟ୍ୟାକ୍ସର ରେଡ ମଧ୍ୟ ଜାରି ରହିଛି ।

୧୨ ଟି ସ୍ଥାନରେ ଏକକାଳୀନ ରେଡ ମାରୁଛି ଆଇଟି ।  ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ଚାଲିଛି ଖୋଳତାଡ଼ । ନଗଦ ଦାମୀ ଗାଡ଼ି କିଣିଥିବା ହଂସିତାଙ୍କ ଆକାଉଣ୍ଟରୁ ମିଳିଛି ପ୍ରମାଣ। ଜନ୍ମଦିନରେ ବିନା ଲୋନରେ ପୋର୍ସେ କାର କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ଏହି ଦୁଇ ଅଭିଯୁକ୍ତ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସା । ଗତମାସ ୨୬ ତାରିଖରେ ଦୁହିଁଙ୍କ ବିରୋଧରେ ଇନ୍‌ଫୋସିଟି ଥାନାରେ ମାମଲା ହୋଇଥିଲା । ପାୱାରଫୁଲ ଲୋକଙ୍କ ସହ ଫଟୋ ଏଡିଟ କରି କରୁଥିଲେ ବ୍ଲାକମେଲ । ପୁରା ଘଟଣାର ତଦନ୍ତ କରୁଛି ସ୍ପେଶାଲ କ୍ରାଇମ ୟୁନିଟ୍। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe