ଭତ୍ତା ପାଇଁ ଘୁଷୁଡିବା ଘଟଣା : କନକ ନ୍ୟୁଜରେ ଖବର ପ୍ରସାରଣ । ମିଳିଲା ସହାୟତା

ଖୁବ୍‌ଶୀଘ୍ର ସରକାରୀ ଯୋଜନାରେ ପକ୍କା ଘର, ବିଜୁଳି ସଂଯୋଗ ସହିତ ମାଗଣା ମେଡିକାଲ ସୁବିଧା ଯୋଗାଇ ଦିଆଯିବ । ଅନ୍ତ୍ୟୋଦୟ ଯୋଜନାରେ ତାଙ୍କୁ ଜୁନ୍‌ ପ୍ରଥମ ସପ୍ତାହରେ ପକ୍କା ଘର ଯୋଗାଇ ଦିଆଯିବ ।

ଅଦ୍ୟତନ ହୋଇଛି
khabar

Photograph: (kanaknews)

କନକବ୍ୟୁରୋ : ଭତ୍ତା ପାଇଁ ବୃଦ୍ଧ ଅଧ କିଲୋମିଟର‌ ଘୁଷୁଡ଼ିବା ଘଟଣା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବୃଦ୍ଧଙ୍କ ଘରେ ପହଞ୍ଚିଲା ପ୍ରଶାସନ । ମିଳିଲା ହ୍ବିଲ ଚେୟାର୍‌ । ପକ୍କା ଘର ଓ ବିଜୁଳି ଯୋଗାଣ ପାଇଁ ମିଳିଲା ପ୍ରତିଶ୍ରୁତି । କେନ୍ଦ୍ରାପଡ଼ା ବ୍ଲକ୍‌ କୋର ଗାଁର ୮୦ବର୍ଷୀୟ ବୃଦ୍ଧ ଶ୍ରୀଧର ସାହୁ ଭତ୍ତା ପାଇଁ ଅଧ କିଲୋମିଟର‌ ରାସ୍ତା ଘୁଷୁଡ଼ି ଘୁଷୁଡ଼ି ଯିବା ଘଟଣାକୁ ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏଥିରେ ହସ୍ତକ୍ଷେପ କରିଛନ୍ତି ।

ଜଷ୍ଟିସ୍‌ ସାହୁ ଏ ସଂପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଜିଲ୍ଲାଜଜ୍, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ସହିତ ଆଲୋଚନା କରିଥିଲେ । ଶ୍ରୀଧର ସାହୁଙ୍କୁ ଭତ୍ତା ଅର୍ଥ ତାଙ୍କ ବାସଭବନରେ ପ୍ରଦାନ କରାଯାଇଛି ବୋଲି ଅବଗତ କରାଯାଇଥିଲା । କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍‌ ସାହୁଙ୍କ ପରାମର୍ଶ ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆସନ୍ତା ମାସରୁ ବୃଦ୍ଧ ଶ୍ରୀଧରଙ୍କୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୩୫ ଶହ ଟଙ୍କା ବର୍ଦ୍ଧିତ ଭତ୍ତା ତାଙ୍କ ଘରେ ଦେବାର ବ୍ୟବସ୍ଥା କରିବେ ।

ଖୁବ୍‌ଶୀଘ୍ର ସରକାରୀ ଯୋଜନାରେ ପକ୍କା ଘର, ବିଜୁଳି ସଂଯୋଗ ସହିତ ମାଗଣା ମେଡିକାଲ ସୁବିଧା ଯୋଗାଇ ଦିଆଯିବ । ଅନ୍ତ୍ୟୋଦୟ ଯୋଜନାରେ ତାଙ୍କୁ ଜୁନ୍‌ ପ୍ରଥମ ସପ୍ତାହରେ ପକ୍କା ଘର ଯୋଗାଇ ଦିଆଯିବ । ମାଗଣା ବିଜୁଳି ଓ ମେଡିକାଲ ସୁବିଧା ମଧ୍ୟ ପ୍ରଦାନ କରାଯିବ । 

କେନ୍ଦ୍ରାପଡ଼ା ବ୍ଲକ୍‌ କାର୍ଯ୍ୟାଳୟରୁ ବୃଦ୍ଧ ଶ୍ରୀଧରଙ୍କ ଘର ଦୂରତା ପାଖାପାଖି ଦଶ କିଲୋମିଟର‌ । ତାଙ୍କର ଦୁଇ ଝିଅ ବିବାହିତ ।  ତିନି ବର୍ଷ ତଳେ ପତ୍ନୀଙ୍କ ମୃତ୍ୟୁ ପରେ ଶ୍ରୀ ସାହୁ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି । ଭତ୍ତା ଟଙ୍କା ଝିଅକୁ ଦେବା ପାଇଁ ପଞ୍ଚାୟତ ଅଧିକାରୀ ମନା କରିଦେବାରୁ ଗୁରୁବାର ଶ୍ରୀଧର ଭତ୍ତା ଟଙ୍କା ଆଣିବାକୁ ଘୁଷୁରି ଘୁଷୁରି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ । ପ୍ରାୟ ଅଧ କିଲୋମିଟର‌ ରୁ ଅଧିକ ରାସ୍ତା ଯିବା ପରେ କିଛି ଲୋକ ତାଙ୍କୁ ଅଟକାଇ ଅଧିକାରୀଙ୍କୁ ଖବର ଦେବାରୁ ପଞ୍ଚାୟତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଭତ୍ତା ଟଙ୍କା ଦେଇଥିଲେ ।


--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe