କନକବ୍ୟୁରୋ: ସେନା କର୍ମଚାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୭ ଜଣ ରୋଡ୍ ରୋମିଓଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଭୁବନେଶ୍ବରର ପଥରଗାଡ଼ିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅଶ୍ଳିଳ ଇଙ୍ଗିତ କରିଥିଲେ। ଏଥିସହ ମାରପିଟ୍ ମଧ୍ୟ କରିଥିଲେ। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି । 

Advertisment

ଆଜି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେପଟେ ତଦନ୍ତ ପାଇଁ ଭରତପୁର ଥାନାରେ ମହିଳା କମିଶନ। ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଓ ତାଙ୍କ ଟିମ୍ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ । ମହିଳା କମିଶନ ଏନେଇ ନିଜ ଆଡୁ ଏକ ମାମଲା ରୁଜୁ କରିଛି । କିଭଳି, କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଥିଲା ତାହା ଉପରେ ତଦନ୍ତ ଆରମ୍ଭ କରିଛି ମହିଳା କମିଶନ । 

ସେପଟେ ଏ ଘଟଣାରେ ତେଜୁଛି ରାଜନୈତିକ ଆନ୍ଦୋଳନ ପିଡ଼ିତାଙ୍କୁ ଭେଟିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷ । ଏମ୍ସ ଭୁବନେଶ୍ବର ଚିକିତ୍ସିତ ହେଉଥିବା ପିଡ଼ିତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି , ପିଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କ ସହ ଏସମ୍ପର୍କରେ ଆଲୋଚନା କରିଛନ୍ତି ।