କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣାକୁ ନିନ୍ଦା କରିଛି ବିଜେଡି । ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ପ୍ରଣବ ବଳବନ୍ତରାୟ ଓ ଧ୍ରୁବ ସାହୁ ମିଳିତ ଭାବେ ପ୍ରେସମିଟ୍ କରି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜୁ ବାବୁଙ୍କ ନାଁକୁ ଲିଭାଇଦେବା ପାଇଁ ବିଜେପି ସରକାର ପ୍ରତି କ୍ଷେତ୍ରରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି ବିଜେଡି । ତୁରନ୍ତ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ମାହାଙ୍ଗାରେ ପ୍ରତିମୂର୍ତ୍ତିର ବେକ କାଟି ଦିଆଗଲା । ଆସନ୍ତା ୧୭ରେ ତିରୋଧାନ ଦିବସ ଥିବା ବେଳେ ତା’ ପୂର୍ବରୁ ପ୍ରତିମୂର୍ତ୍ତି ଜାଳି ଦିଆଯାଇଛି । ଏହାକୁ ବିଜେପି ସରକାରଙ୍କ ସୁଚିନ୍ତିତ ଯୋଜନା କହି ବର୍ଷିଛି ବିଜୁ ଜନତା ଦଳ ।
ଅନ୍ୟପଟେ ବିଜୁ ବାବୁଙ୍କୁ ମୂର୍ତ୍ତି ଜାଳିବା ପ୍ରସଙ୍ଗରେ ବିଜେଡ଼ି ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି । ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି, ବିଜୁ ବାବୁଙ୍କ ମୂର୍ତ୍ତି ଜାଳିବା ପଛରେ ବିଜେଡିର ହାତ ଅଛି । ବିଜେଡ଼ି ଏଭଳି କରି ବିଜେପି ମୁଣ୍ଡରେ ଦୋଷ ଲଦୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/15/Te0677sMPJhwUleiAfb4.jpg)