ରାମମନ୍ଦିର ସାମ୍ନାରୁ ଦେଢ ବର୍ଷ ଶିଶୁ ପୁତ୍ର ଅପହରଣ ଘଟଣା : ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ

Advertisment

ଭୁବନେଶ୍ବର ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ଠାରୁ ଦେଢବର୍ଷର ଶିଶୁପୁତ୍ର ଅପହରଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି

ଭୁବନେଶ୍ବର ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ଠାରୁ ଦେଢବର୍ଷର ଶିଶୁପୁତ୍ର ଅପହରଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି

chori 78

Photograph: (kanaknews)

କନକବ୍ୟୁରୋ : ଭୁବନେଶ୍ବର ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ଠାରୁ ଦେଢବର୍ଷର ଶିଶୁପୁତ୍ର ଅପହରଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି । ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି ।  ଏହି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅପହରଣକାରୀଙ୍କ ପାଖରେ ପହଞ୍ଚିବା ପାଇଁ ୫ଟି ଟିମ୍ ଗଠନ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଯାଇଛି ।  କୋଲକାତାର ଖଡ଼ଗପୁର, ହାୱଡା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ସିସିଟିଭି ଫୁଟେଜ୍‌ ପଠାଯାଇଥିବା ଜଣାପଡ଼ିଛି । ଗଠନ ହୋଇଥିବା ୫ଟି ଟିମ୍‌କୁ ଆରପିଏଫ୍, ଜିଆରପି, ରାଜ୍ୟ ବାହାର ପୋଲିସ ମଧ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ଏହା ସହ ଶିଶୁ କଲ୍ୟାଣ ସମିତି ଓ ଚାଇଲ୍ଡ ଲାଇନ  ଅଧିକାରୀମାନେ ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe