ଅନୁଗୁଳ ବଅଁରପାଳରେ ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ପୋଡ଼ିଦେବା ଘଟଣା: ଦୁଇ ଜଣଙ୍କୁ ଅଟକ ରଖି ପୋଲିସର ଜେରା

Advertisment

ଅନୁଗୁଳ ବଅଁରପାଳ ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡ଼ି ମାରିଦେବା ଘଟଣା । ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଏହାସହ ଯେଉଁ ଅଟୋରେ ଯୁବତୀଙ୍କୁ ଅପହରଣ କରାଯାଇଥିଲା ସେହି ଅଟୋକୁ ବି ଜବତ କରିଛି ତାଳଚେର ପୋଲିସ ।

ଅନୁଗୁଳ ବଅଁରପାଳ ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡ଼ି ମାରିଦେବା ଘଟଣା । ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଏହାସହ ଯେଉଁ ଅଟୋରେ ଯୁବତୀଙ୍କୁ ଅପହରଣ କରାଯାଇଥିଲା ସେହି ଅଟୋକୁ ବି ଜବତ କରିଛି ତାଳଚେର ପୋଲିସ ।

14sdv

Photograph: (kanaknews)

କନକ ବ୍ୟୁରୋ: ଅନୁଗୁଳ ବଅଁରପାଳ ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡ଼ି ମାରିଦେବା ଘଟଣା । ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଏହାସହ ଯେଉଁ ଅଟୋରେ ଯୁବତୀଙ୍କୁ ଅପହରଣ କରାଯାଇଥିଲା ସେହି ଅଟୋକୁ ବି ଜବତ କରିଛି ତାଳଚେର ପୋଲିସ । ତାଳଚେର ଷ୍ଟେସନରୁ ବାହାରି ଯୁବତୀ ଜଣଙ୍କ ଅଟୋରେ ବସି ଯାଇଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏପ୍ରିଲ ୨୬ରୁ ନିଖୋଜ ହେବା ପରେ ଗତକାଲି ଉଦ୍ଧାର ହୋଇଥିଲା ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅଟୋ ଚାଳକ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ୨୬ତାରିଖରୁ ଯୁବତୀ ଜଣକ ନିଖୋଜ ଥିଲେ । ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ତାଳଚେର ରୋଡ଼ ଯାଉଛନ୍ତି କହି ଘରୁ ବାହାରିଥିଲେ, ହେଲେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଖୋଜାଖୋଜି କରି ନିରାଶ ହେବା ପରେ ପୋଲିସକୁ ଜଣାଇଥିଲେ । ପୁଲିସ୍ ଗତକାଲି ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ ଉଭୟ ତାଳଚେର ଓ ବଅଁରପାଳ ପୋଲିସ୍ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe