କନକବ୍ୟୁରୋ : ବାହୁଡ଼ାଯାତ୍ରା ବେଳେ ନନ୍ଦିଘୋଷ ରଥ ନିକଟରେ ଦୁଇଟି ସ୍ଥାନରେ ଠେଲାପେଲା ହୋଇଥିଲା ।  ଏଥିରେ ପ୍ରାୟ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଗୋଡ଼ ଭାଙ୍ଗିଯାଇଛି ।  ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ସାକ୍ଷୀଗୋପାଳର ସୁଜିତ ଦାସ କହିଛନ୍ତି ଯେ ସେ ନନ୍ଦିଘୋଷ ରଥ ଆଗରେ ଥିଲେ । ଗହଳିରେ ଜଣେ ଯୁବତୀ ତଳେ ପଡ଼ିଯିବାରୁ ସେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଲୋକ ଭିଡ଼ ମାଡ଼ି ଆସି ତାଙ୍କ ଉପରେ ଚଢ଼ି ଚାଲିଯାଇଥିଲେ । 

Advertisment

ଏଥିରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଯୁବତୀ ଜଣକ ମଧ୍ୟ ସଂଜ୍ଞାହୀନ ହୋଇ ଯାଇଥିଲେ। ସେହିପରି ସନ୍ଧ୍ୟା ୬ଟାରେ ଗଞ୍ଜାମଜିଲ୍ଲା ଆସ୍କାର ଲମ୍ବୋଦର ପୃଷ୍ଟି ସପରିବାର ପୁରୀକୁ ବାହୁଡ଼ାଯାତ୍ରା ଦେଖିବାକୁ ଆସିଥିଲେ । ସେମାନେ ଡାକ୍ତରଖାନା ଛକରେ ଥିବା ବେଳେ ଗହଳିରେ ସେ ତାଙ୍କ ପରିବାରଠାରୁ ଅଲଗା ହୋଇ ଯାଇଥିଲେ।