ନୀଳଗିରି ବ୍ଲକ ଶାଳବଣୀ ଗାଁରେ ଅଘଟଣ, ଖେଳୁଥିବା ବେଳେ ଥିମେଟ୍‌ ଖାଇ ୩ ଜଣ ଶିଶୁ ଗୁରୁତର

ପ୍ରଥମେ ରେମୁଣା ଓ ପରେ ଜଣଙ୍କୁ କଟକ ମେଡିକାଲ ସ୍ଥାନାନ୍ତର

Nilagiri

Nilagiri Photograph: (KanakNews)

କନକ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗାଁରେ ଅଘଟଣ । ଅଜାଣତାରେ ଥିମେଟ୍‌ ଖାଇ ୩ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ଗାଁର ବାବୁଲା ସିଂଙ୍କ ପୁଅ ଯୁବରାଜ ସିଂ, ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ, ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ ଖେଳୁଥିବା ସମୟରେ ଥିମେଟ୍‌ ଖାଇଦେଇଥିଲେ । ସେମାନଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜ ଚିକିତ୍ସା କରାଯାଇଥିଲା ।

ନିର୍ମାଣର ବର୍ଷ ବର୍ଷ ପରେ ବି କାମରେ ଆସୁନି, ପୋଲ କାର୍ଯ୍ୟକ୍ଷମର ବାଧକ ସାଜିଛି ଆପ୍ରୋଚ୍ ରୋଡ

ଯୁବରାଜଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ତିନି ଜଣ ପିଲା ଗତକାଲି ଅପରାହ୍ନ ସମୟରେ ସାଙ୍ଗ ହୋଇ ବୋହୁବୋହୂକା ଖେଳ ଖେଳୁଥିଲେ । ଛୋଟ ଛୋଟ ସଢେଇରେ ମାଟି ରଖି ଭାତ ଡାଲି, ତରକାରୀ କରିଥିଲେ । ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ ଥିମେଟରେ ଗୋଳେଇ ଖାଇଥିଲେ ।

ଚିପ୍ସ ପ୍ୟାକେଟ୍‌ରେ ଲୁଚିଥିଲା ଯମ ! ନେଇଗଲା କୁନି ପୁଅର କଅଁଳା ଜୀବନ, କାଳ ସାଜିଲା ମାଗଣା ଖେଳଣା

ଘରର ସମସ୍ତ ପରିବାର ଲୋକେ ସେହି ସମୟରେ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ । ଘରକୁ ଫେରିବା ପରେ  ଶିଶୁ ମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାର ଦେଖି ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥିତି ଶଙ୍କଟାପନ୍ନ ହେବାରୁ ଯୁବରାଜଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଘନଶ୍ୟାମ ଓ ଇନ୍ଦୁରେଖା ରେମୁଣା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe