କନକବ୍ୟୁରୋ : ଘର କାନ୍ଥ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ।  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଢେଲେଇ ଗାଁରେ ଘଟିଛି ଅଘଟଣ  ।  ମୃତ ବୃଦ୍ଧା ଜଣକ ହେଉଛନ୍ତି ଲେପ ଦୀପ୍‌ ।  ବୃଦ୍ଧା ଘରୁ ବାହାରୁଥିବା ସମୟରେ ଘରର କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡିଥିଲା ।  ପରିବାର ଲୋକେ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ  । ଖବର ପାଇ ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି  ।  ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ପୁଲିସ ।