କେନ୍ଦୁଝର ଘଟଗାଁ ନିକଟ ଗୁଣ୍ଡିଚାଘାଗି ଜଳପ୍ରପାତରେ ଅଘଟଣ,  ଗାଧୋଇବା ବେଳେ ଜଳପ୍ରପାତରେ ବୁଡିଯାଇ ଯୁବକ ନିଖୋଜ

ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର ଉଦ୍ୟମ । ଖୋଜାଖୋଜି ସତ୍ୱେ ମିଳୁନି ପତ୍ତା ।

ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ

ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ Photograph: (KanakNews)

କନକ ବ୍ୟୁରୋ;  ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡିଯାଇ ଯୁବକ ନିଖୋଜ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ସ୍ଥିତ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼ସିଆଳିମାଳ ଗାଁର ସତ୍ୟପ୍ରକାଶ ମହାନ୍ତ । ମିଳିଥିବା ସୁଚନା ଅନୁଯାୟୀ ସତ୍ୟପ୍ରକାଶ ପାରାଦୀପ ଠାରେ ଏକ କମ୍ପାନିରେ ଆମ୍ଭୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ ।

କମ୍ପାନୀରେ କାର୍ଯ୍ୟରତ କିଛି ବନ୍ଧୁଙ୍କ ସହ ଗୁଣ୍ଡିଚାଘାଗି ଜଳପ୍ରପାତକୁ ବୁଲିବାକୁ ଆସିଥିଲେ । ସକାଳ ୬ଟା ସମୟରେ ଜଳପ୍ରପାତ କୁଣ୍ଡ ନିକଟରେ ଗାଧୋଇବାକୁ ଯାଉଥିବା ବେଳେ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି । ତେବେ ତାଙ୍କର କୌଣସି ପତ୍ତା ମିଳୁନାହିଁ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି । ତେବେ ମାସକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା କିଛି ଦିନ ପୂର୍ବରୁ ବାଲେଶ୍ଵର ସୋର ଥାନା ବର୍ତନା ଗ୍ରାମର ଜଣେ ଯୁବକ ଅସାବଧାନତା ଯୋଗୁ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି ତେବେ ତାଙ୍କର ମଧ୍ୟ  ଆଜିଯାଏ କୌଣସି ପତ୍ତା ମିଳିପାରିନାହିଁ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe