କନକ ବ୍ୟୁରୋ: ମନ୍ଦିର ଭିତରେ ଜଳିଗଲେ ମହିଳା । ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ । ଦୀପ ଷ୍ଟାଣ୍ଡରେ ଦୀପ ଜାଳୁଥିବା ବେଳେ ମହିଳାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ସାରା ଶରୀରରେ ବ୍ୟାପି ଯାଇଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମହିଳା ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କୁରୁଣ୍ଟି ଗାଁର ମିନାକ୍ଷୀ ବରାଳ ।
ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ । ଦୀପ ଜାଳିବାବେଳେ ମନ୍ଦିର ଭିତରେ ଜଳିଗଲେ ମହିଳା ।
/kanak/media/media_files/2024/12/15/uf8ezmk7kdEM5VZOYDoj.jpg)