କନକ ବ୍ୟୁରୋ : ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ୨ ଅଷ୍ଟମ ଶ୍ରେଣୀ ଛାତ୍ର । ଦୟାନଦୀରେ ଗାଧୋଇବା ବେଳେ ଘଟିଛି ଅଘଟଣ ।  ଧଉଳି  ଥାନା ଅଞ୍ଚଳରେ ଥିବା ଏକ ଘରୋଇ ରେସିଡେନସିଆଲ ସ୍କୁଲରେ ପାଠ ପଢୁଥିଲେ ଏହି ଦୁଇ ଛାତ୍ର ।  ଆଜି ଦୟାନଦର ଡାଲଖାଇ ଘାଟରେ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଛି । ୨ ଜଣ ଛାତ୍ର ନଦୀରେ ବୁଡି ଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ । ଶେଷରେ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି  ।