Photograph: (kanaknews)
କନକବ୍ୟୁରୋ : ବ୍ରହ୍ମଗିରି ଥାନା କାଣ୍ଡଗୋଦା ଗ୍ରାମରେ ଅଘଟଣ। ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ । ଏଥିରେ ପିଣ୍ଡି ଉପରେ ଥିବା ୩ ବିଗ୍ରହ ପୋଡି ଯାଇଛନ୍ତି । ସୂଚନା ମୁତାବକ, ସନ୍ଧ୍ୟାରେ ପୂଜକ ପୂଜା ସାରି ଘରକୁ ଫେରି ଯାଇଥିଲେ । ହେଲେ ରାତି ୮ଟା ୩୦ରେ ମନ୍ଦିର ଭିତରୁ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ ଲୋକେ । କବାଟ ଭାଙ୍ଗି ମନ୍ଦିରକୁ ଯାଇ ବିଗ୍ରହ ପୋଡି ଯାଇଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ତୁରନ୍ତ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ ପୂଜକ। ମନ୍ଦିର ଭିତରେ ଲାଗିଥିବା ଦୀପରୁ ନିଆଁ ଲାଗିଥିବା କୁହାଯାଉଛି ।
--
Follow Us