କନକବ୍ୟୁରୋ : ହସ୍ପିଟାଲ କୋଠାରୁ ଡେଇଁ ରୋଗୀ ଗୁରୁତର । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏହି ଅଘଟଣ ଦେଖିବାକୁ ମିଳିଛି । ମେଡ଼ିସିନ ୱାର୍ଡର ଦ୍ଵିତୀୟ ମହଲା କୋଠାରୁ ଡେଇଁପଡିବାରୁ ରୋଗୀ ଜଣକ ଗୁରୁତର ହୋଇପଡିଛନ୍ତି । ଗୁରୁତର ରୋଗୀ ଜଣକ ବଲାଙ୍ଗିର ସହର ଖରସେଲ ପଡାର ବୋଲି ଜଣାପଡିଛି । ୪୫ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ସାହୁ ଗତ ୧୨ ତାରିଖରେ ଦିନ ମେଡିସିନ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ପୂର୍ଣ୍ଣଚନ୍ଦ୍ର ଆଜି ସିଡ଼ି ନିକଟରେ ଲାଗିଥିବା ଦୁଇଟି ପ୍ଲେଟ୍ ଭାଙ୍ଗି ତଳକୁ ଡେଇଁ ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି । ରୋଗୀ ଜଣକ କଣ ପାଇଁ ଛାତରୁ ଡେଇଁଲେ ଜଣାପଡ଼ିନାହିଁ । ଘଟଣା ନେଇ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ତଦନ୍ତ ଆରମ୍ଭ କରିଛନ୍ତି ।
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍ ହସ୍ପିଟାଲ୍ରେ ଅଘଟଣ : ହସ୍ପିଟାଲ୍ ଛାତରୁ ଡେଇଁ ରୋଗୀ ଗୁରୁତର
ହସ୍ପିଟାଲ କୋଠାରୁ ଡେଇଁ ରୋଗୀ ଗୁରୁତର । ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ : ହସ୍ପିଟାଲରେ ଏହି ଅଘଟଣ ଦେଖିବାକୁ ମିଳିଛି । ମେଡ଼ିସିନ ୱାର୍ଡର ଦ୍ଵିତୀୟ ମହଲା କୋଠାରୁ ଡେଇଁପଡିବାରୁ ରୋଗୀ ଜଣକ ଗୁରୁତର ହୋଇପଡିଛନ୍ତି
/kanak/media/media_files/2025/07/14/50-2025-07-14-12-21-26.jpg)