ପରିବର୍ତ୍ତନ ପାଇଁ ନବସୃଜନ : ଇଣ୍ଡିଆ ମୋବାଇଲ କଂଗ୍ରେସର ୯ମ ସଂସ୍କରଣ ଉଦଘାଟନ

ଚଳିତବର୍ଷ "ଇନୋଭେଟ୍ ଟୁ ଟ୍ରାନ୍ସଫର୍ମ" ଶୀର୍ଷକରେ ଅନୁଷ୍ଠିତ ହେଉଛି ଇଣ୍ଡିଆ ମୋବାଇଲ କଂଗ୍ରେସ । ଡିଜିଟାଲ ପରିବର୍ତ୍ତନ ଏବଂ ସାମାଜିକ ପ୍ରଗତି ପାଇଁ ନବସୃଜନକୁ ଉପଯୋଗ କରିବା,

79

କନକ ବ୍ୟୁରୋ : ଆଜି ଇଣ୍ଡିଆ ମୋବାଇଲ କଂଗ୍ରେସର ୯ମ ସଂସ୍କରଣ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନୂଆଦିଲ୍ଲୀର ଯଶୋଭୂମିରେ ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ "ଇନୋଭେଟ୍ ଟୁ ଟ୍ରାନ୍ସଫର୍ମ" ଶୀର୍ଷକରେ ଅନୁଷ୍ଠିତ ହେଉଛି ଇଣ୍ଡିଆ ମୋବାଇଲ କଂଗ୍ରେସ । ଡିଜିଟାଲ ପରିବର୍ତ୍ତନ ଏବଂ ସାମାଜିକ ପ୍ରଗତି ପାଇଁ ନବସୃଜନକୁ ଉପଯୋଗ କରିବା, ପ୍ରତି ଭାରତର ପ୍ରତିବଦ୍ଧତାକୁ ଉଜ୍ଜ୍ୱଳ କରି, "ଇନୋଭେଟ୍ ଟୁ ଟ୍ରାନ୍ସଫର୍ମ" ବିଷୟବସ୍ତୁ ଉପରେ ଦୂରସଂଚାର ବିଭାଗ ଏବଂ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ୱାରା ମିଳିତ ଭାବରେ ଆୟୋଜିତ ହେଉଛି । 

ପରିବର୍ତ୍ତନ ପାଇଁ ନବସୃଜନ
ଇଣ୍ଡିଆ ମୋବାଇଲ କଂଗ୍ରେସର ୯ମ ସଂସ୍କରଣ ଉଦଘାଟନ
କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ
6G, କ୍ୱାଣ୍ଟମ୍ ଯୋଗାଯୋଗ, ସେମିକଣ୍ଡକ୍ଟର ଉପରେ ଆଲୋଚନା
ଅପ୍ଟିକାଲ୍ ନେଟୱାର୍କ ଏବଂ ସାଇବର ଠକେଇ ନିବାରଣକୁ ଗୁରୁତ୍ବ
କାର୍ଯ୍ୟକ୍ରମରେ ୧.୫ ଲକ୍ଷରୁ ଅଧିକ ପରିଦର୍ଶକ ସାମିଲ ହୋଇଛନ୍ତି
୭ ହଜାରରୁ ଅଧିକ ବିଶ୍ୱ ପ୍ରତିନିଧି ଯୋଗ ଦେଇଛନ୍ତି
୧୫୦ରୁ ଅଧିକ ଦେଶରୁ ୪ ଶହରୁ ଅଧିକ କମ୍ପାନୀ ସାମିଲ ହୋଇଛନ୍ତି
ଜାପାନ, କାନାଡା, UK, ଋଷିଆ, ଆୟର୍ଲ୍ୟାଣ୍ଡ ଏବଂ ଅଷ୍ଟ୍ରିଆରୁ ଆସିଛନ୍ତି ପ୍ରତିନିଧି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe