କନକ ବ୍ୟୁରୋ :  ଆଜି ରସୁଲଗଡ଼ରେ ଏକ ନୂତନ ଉପହାର ସ୍ଟୋର ‘କୃତିକାସ୍ ଗିଫ୍ଟ ୱାର୍ଲ୍ଡ’ର ଶୁଭ ଉଦ୍ଘାଟନ ହୋଇଛି। ଏହାର ମାଲିକ ମଙ୍ଗତୁଲାଲ ଅଗ୍ରୱାଲ ଉପସ୍ଥିତ ରହି ଷ୍ଟୋରକୁ ଉଦଘାଟନ କରିଥିଲେ । ଦୁର୍ଗାପୂଜା ଅବସରରେ ଷ୍ଟୋର ପକ୍ଷରୁ ବିଭିନ୍ନ ଗିଫ୍ଟ ଆଇଟମ ଉପରେ ବିଶେଷ ରିହାତି ଦିଆଯିବ ବୋଲି ଘୋଷଣା କରିଥିଲେ । 

Advertisment

ଏହି ସୋ ରୁମରେ ବିଭିନ୍ନ ପ୍ରକାରର ଉପହାର, ସଜାଣି ସାମଗ୍ରୀ, ଲାଇଫ୍‌ଷ୍ଟାଇଲ୍ ସାମଗ୍ରୀ ଓ ବିଶେଷ ସଙ୍ଗ୍ରହ ଉପଲବ୍ଧ ହେବାକୁ ଯାଉଛି। ଯାହା ଜନ୍ମଦିନ, ବିବାହ, ପର୍ବପର୍ବାଣୀ ଓ କର୍ପୋରେଟ୍ ଉପଲକ୍ଷ୍ୟରେ ଉପହାର ପାଇଁ ଏହି ଷ୍ଟୋର ଏକ ଉପଯୁକ୍ତ ସ୍ଥାନ ।

ଉଦ୍ଘାଟନ ସମୟରେ ଶ୍ରୀ ମଙ୍ଗତୁଲାଲ ଅଗରୱାଲ କହିଲେ, “ମୁଁ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞ। ଭୁବନେଶ୍ୱର ବାସୀଙ୍କ ପାଇଁ ଉତ୍କୃଷ୍ଟ ଓ ସହଯୋଗ୍ୟ ଦରରେ ଉପହାର ସାମଗ୍ରୀ ପ୍ରଦାନ କରିବା ଆମର ଲକ୍ଷ୍ୟ।”

ଅନେକ ଅତିଥି, ସ୍ଥାନୀୟ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ବାସୀମାନେ ଉଦଘାଟନରେ ଯୋଗଦେଇ ଶୁଭକାମନା ଜଣାଇଲେ।

ଆସନ୍ତା ପର୍ବପର୍ବାଣୀ ଋତୁକୁ ଦୃଷ୍ଟିରେ ରଖି କୃତିକା’ସ୍ ଗିଫ୍ଟ ୱାର୍ଲ୍ଡ ଗ୍ରାହକମାନଙ୍କ ପାଇଁ ବିଶେଷ ଅଫର ସହ ନୂତନ ଶପିଂ ଅନୁଭବ ପ୍ରଦାନ କରିବାକୁ ପ୍ରସ୍ତୁତ କରାଯାଇଛି।