କନକ ବ୍ୟୁରୋ: ସମ୍ବାଦର ‘ପୁନଶ୍ଚ ପୃଥ୍ୱିବୀ’ ଅଭିଯାନରେ ସାମିଲ ହେଲା ଇନାରା ଫାଉଣ୍ଡେସନ୍ । ଯୁବପୀଢ଼ି ମାନଙ୍କୁ ପ୍ରକୃତିପ୍ରତି ଆକୃଷ୍ଟ କରିବା ପାଇଁ ଆୟୋଜନ କରିଛନ୍ତି ‘ଲେନ୍ସ ଆଣ୍ଡ୍ ଲାଇନ୍ସ’ ନାମକ ଏକ କାର୍ଯ୍ୟକ୍ରମ । ଆମ ପୃଥ୍ୱିବୀକୁ ଆଜିର ଯୁବବର୍ଗ କେତେ ଭଲ ପାଉଛନ୍ତି ଏବଂ ପ୍ରକୃତିର ପ୍ରକୃତ ସୌନ୍ଦର୍ଯ୍ୟତାକୁ ନିଜ କ୍ୟାମେରା ଲେନ୍ସ ମାଧ୍ୟମରେ କଏଦ କରିବା ସହ ଏକ ସୁନ୍ଦର କ୍ୟାପସନ ଲେଖିବାକୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା । ଯାହା ସଫଳତା ପୂର୍ବକ ଶେଷ ହୋଇଛି । 

Advertisment

 

ଏହି ‘ଲେନ୍ସ ଆଣ୍ଡ୍ ଲାଇନ୍ସ’ କାର୍ଯ୍ୟକ୍ରମରେ ଭାଗନେଇଥିବା ପ୍ରତିଯୋଗୀମାନେ ନିଜର ଦକ୍ଷତା ଏବଂ ପ୍ରତିଭାକୁ ପରସ୍ପର ମଧ୍ୟରେ ଆଦାନାପ୍ରଦାନ କରିଥିଲେ । ଏପରିକି ‘ଲେନ୍ସ ଆଣ୍ଡ୍ ଲାଇନ୍ସ’ କାର୍ଯ୍ୟକ୍ରମ ଶୁଭାରମ୍ଭର ମାତ୍ର ୩ ଦିନ ମଧ୍ୟରେ ୩୫ରୁ ଅଧିକ ରେଜିଷ୍ଟ୍ରେସନ କରିସାରିଲେଣି । ପ୍ରତିଯୋଗୀମାନେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପ୍ରକୃତିର କିଛି ସୁନ୍ଦର ଫଟୋଗ୍ରାଫ୍ ଏବଂ ଲେଖା ପ୍ରଦର୍ଶନ କରିଥିଲେ । 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜଳବାୟୁ ପରିବର୍ତ୍ତନର ପ୍ରଭାବ କେମିତି ପରିବେଶ ଓ ଜୀବଜଗତ ଉପରେ ପକାଉଛି ସେନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଏହାଦ୍ୱାରା ଆଜିର ଯୁବପୀଢ଼ି ପରିବେଶକୁ ସୁରକ୍ଷିତ ରଖିବାକୁ ଆଗେଇ ଆସିବେ ।