ଅନ୍ଧାରରେ ମା’ ତାରାତାରିଣୀ ମନ୍ଦିର: କାହା ସ୍ୱାର୍ଥରେ ବନ୍ଦ ହେଉଛି ଆଲୋକ?

Advertisment

ଗଞ୍ଜାମ ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ମନ୍ଦିରକୁ ବିଶ୍ୱସ୍ତରୀୟ କରିବା ପାଇଁ ପୂର୍ବ ସରକାର କୋଟିକୋଟି ଟଙ୍କା ବ୍ୟୟରେ ମନ୍ଦିର ପୁନଃରୁଉଦ୍ଧାର କରିଥିଲେ।

ଗଞ୍ଜାମ ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ମନ୍ଦିରକୁ ବିଶ୍ୱସ୍ତରୀୟ କରିବା ପାଇଁ ପୂର୍ବ ସରକାର କୋଟିକୋଟି ଟଙ୍କା ବ୍ୟୟରେ ମନ୍ଦିର ପୁନଃରୁଉଦ୍ଧାର କରିଥିଲେ।

wd

କନକ ବ୍ୟୁରୋ: ଗଞ୍ଜାମ ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ମନ୍ଦିରକୁ ବିଶ୍ୱସ୍ତରୀୟ କରିବା ପାଇଁ ପୂର୍ବ ସରକାର କୋଟିକୋଟି ଟଙ୍କା ବ୍ୟୟରେ ମନ୍ଦିର ପୁନଃରୁଉଦ୍ଧାର କରିଥିଲେ। କିନ୍ତୁ କିଛି ଦିନ ପରେ କୋଟି କୋଟି ଟଙ୍କା ବ୍ୟୟରେ ମନ୍ଦିର ଚର୍ତୁପାଶ୍ୱର୍ରେ ଲାଗିଥିବା ଅଲୋକୀକରଣ ବ୍ୟବସ୍ଥା ଫେଲ ମାରିଛି । ଏବେ ମନ୍ଦିର ଚାରିପାଖ ଅନ୍ଧାରରେ ବୁଡି ରହୁଛି। 

ଶକ୍ତିପୀଠରେ ନବରାତ୍ରୀ ପୂଜା ଆରମ୍ଭ ହୋଇଛି। ଗଂଜାମର ପ୍ରସିଦ୍ଧ ତାରା ତାରିଣୀ ଶକ୍ତିପୀଠରେ ଷୋଡ଼ଶ ପୂଜା ଚାଲିଛି। ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି । କିନ୍ତୁ ସନ୍ଧ୍ୟା ନଇଁଲେ ଅନ୍ଧକାରରେ ବୁଡି ଯାଉଛି ମାଆଙ୍କ ପୀଠ ଓ ମନ୍ଦିର ଚତୁପାର୍ଶ୍ୱ। ପାର୍ବଣ ସମୟରେ ଏପରି ଅବ୍ୟବସ୍ଥାକୁ ନେଇ ଭକ୍ତ ଅସନ୍ତୋଷ ପ୍ରକାଶ କରୁଛନ୍ତି । ପୂର୍ବ ସରକାର ସମୟରେ କୋଟିକୋଟି ଟଙ୍କା ବ୍ୟୟରେ ପୀଠର ପୁନରୁଦ୍ଧାର ସହ ମନ୍ଦିର ଚର୍ତୁପାର୍ଶ୍ୱ ଓ ରାସ୍ତାରେ ଆଲୋକୀକରଣ କରାଯାଇଥିଲା। ଫଳରେ ୨୦ ରୁ ୩୦ କିଲୋମିଟର ଦୂର ପର୍ଯ୍ୟନ୍ତ ଝଲସୁଥିଲା ମନ୍ଦିରର ସୌନ୍ଦର୍ଯ୍ୟ । ମାତ୍ର ମନ୍ଦିର ପ୍ରତିଷ୍ଠାର କିଛି ଦିନ ପରେ ମନ୍ଦିର ଭିତର ଲାଇଟକୁ ଛାଡିଦେଲେ ଅନ୍ୟ ସବୁ ଲାଇଟକୁ ବନ୍ଦ କରିଦିଆଯାଇଛି।

ତାରାତାରିଣୀ ପୀଠର ଆଲୋକୀକରଣ ବ୍ୟବସ୍ଥାକୁ ନେଇ ଜିଲ୍ଲା ବିଜେପି ପୂର୍ବ ସରକାରକୁ ଟାର୍ଗେଟ କରିଛି । ଉନ୍ନତିକରଣ ନାଁରେ ପୂର୍ବ ସରକାର କୋଟି କୋଟି ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି। ସେପଟେ ସ୍ଥାନୀୟ ବିଧାୟକ କହିଛନ୍ତି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପୁନର୍ବାର ଲାଇଟଗୁଡିକୁ ଲଗେଇବା ବ୍ୟବସ୍ଥା କରିବେ। ପ୍ରଶ୍ନ ଉଠୁଛି ପାର୍ବଣ ସମୟରେ ମା ତାରାତାରିଣୀର ଆଲୋକକୀରଣ ବ୍ୟବସ୍ଥାକୁ କାହିଁକି ବନ୍ଦ କରାଯାଇଛି ? ମନ୍ଦିରର ଚତୁପାର୍ଶ୍ୱକୁ କିଏ ଅନ୍ଧାରରେ ବୁଡାଇ ରଖିଛି?

କୋଟି କୋଟି ଟଙ୍କାର ବ୍ୟୟରେ ହୋଇଥିବା ଆଲୋକୀକରଣ ପୁଣି ଚାଲୁ କରିବା ଦାୟିତ୍ୱ ସମ୍ପୁର୍ଣ୍ଣ ଗଞାମ ଜିଲ୍ଲା ପ୍ରସାଶନର। କେଉଁ କାରଣରୁ ଲାଇଟ ଗୁଡିକ ବନ୍ଦ ରହିଛି ତାହା ସମସ୍ତଙ୍କ ମନରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe