ଧାନ ମଣ୍ଡିରୁ କେଉଁ ଅଖାରେ ଉଠିବ ଧାନ : ଚାଷୀ ଓ ମିର୍ଲସଙ୍କ ମଧ୍ୟରେ ଆରମ୍ଭ ବିବାଦ ଜରି ଅଖାରେ ଧାନ ଦେବାକୁ ଅଡି ବସିଛନ୍ତି ଚାଷୀ

Advertisment

ମଣ୍ତିରେ ଧାନ ଅଖା ଉଠିବା ନେଇ ଆରମ୍ଭ ହୋଇଛି ବିବାଦ ମଣ୍ଡିରେ କେଉଁ ଅଖାରୁ ଉଠିବ ଧାନ ତାହା ନେଇ ବିବାଦ ଦେଖାଦେଇଛି ,  ସାରା ରାଜ୍ୟରେ ଏବେ ଜରି ବସ୍ତା ରେ ଚାଷୀ ଧାନ ଦେବା ଓ ତାକୁ ମିର୍ଲସ ଓ ମଣ୍ଡି ଧାନ ନ ନେବା ବିଷୟରେ କେବଳ ଚାଷୀ ହଇରାଣ   ହେଉନି ରାଜନୀତି ମଧ୍ୟ ଭଲ ହେଉଥିବା ଦେଖିବାକୁ ମିଳିଛି

ମଣ୍ତିରେ ଧାନ ଅଖା ଉଠିବା ନେଇ ଆରମ୍ଭ ହୋଇଛି ବିବାଦ ମଣ୍ଡିରେ କେଉଁ ଅଖାରୁ ଉଠିବ ଧାନ ତାହା ନେଇ ବିବାଦ ଦେଖାଦେଇଛି ,  ସାରା ରାଜ୍ୟରେ ଏବେ ଜରି ବସ୍ତା ରେ ଚାଷୀ ଧାନ ଦେବା ଓ ତାକୁ ମିର୍ଲସ ଓ ମଣ୍ଡି ଧାନ ନ ନେବା ବିଷୟରେ କେବଳ ଚାଷୀ ହଇରାଣ   ହେଉନି ରାଜନୀତି ମଧ୍ୟ ଭଲ ହେଉଥିବା ଦେଖିବାକୁ ମିଳିଛି

DHANA MANDI

DHANA MANDI Photograph: (DHANA MANDI)

କନକବ୍ୟୁରୋ : ମଣ୍ତିରେ ଧାନ ଅଖା ଉଠିବା ନେଇ ଆରମ୍ଭ ହୋଇଛି ବିବାଦ ମଣ୍ଡିରେ କେଉଁ ଅଖାରୁ ଉଠିବ ଧାନ ତାହା ନେଇ ବିବାଦ ଦେଖାଦେଇଛି ,  ସାରା ରାଜ୍ୟରେ ଏବେ ଜରି ବସ୍ତା ରେ ଚାଷୀ ଧାନ ଦେବା ଓ ତାକୁ ମିର୍ଲସ ଓ ମଣ୍ଡି ଧାନ ନ ନେବା ବିଷୟରେ କେବଳ ଚାଷୀ ହଇରାଣ   ହେଉନି ରାଜନୀତି ମଧ୍ୟ ଭଲ ହେଉଥିବା ଦେଖିବାକୁ ମିଳିଛି ,  କିନ୍ତୁ ଧାନ କିଣୁଥିବା କେନ୍ଦ୍ର ସରକାର ର ବସ୍ତା କୁ ନେଇ କଣ ଆଇନ ରହିଛି ତା ଉପରେ କେହି ଜାଣି ନାହାନ୍ତି କି ଜାଣିଥିବା ଅଧିକାରୀ କାହାକୁ ଜଣାଉ ନାହାନ୍ତି,

କାରଣ ସେ ଜଣେଇବା ଦ୍ବାରା  କଟନୀ ଛଟନୀ ନା ରେ ତାଙ୍କ ପକେଟକୁ ଯାଉଥିବା ମୋଟା ଅଙ୍କ ଯାଇ ପାରିବ ନାହିଁ , ଏଣୁ ଚାଷୀ କୁ ଅନ୍ଧାର ରେ ରଖି ପୂର୍ବ ସରକାର ମଣ୍ଡିରେ ଥିବା ବ୍ୟବସ୍ଥା କୁ  ସୁଦୃଢ ନ କରି ଧାନ କିଣା ବିକା ଆଗ ଚଳେଇଥିବା ଅଭିଯୋଗ ହୋଇଛି  ଯାହା ଏବେ ସାରା ରାଜ୍ୟରେ ଉଗ୍ର ରୂପ ନେଉଛି , ଏ ନେଇ ବିଜେଡି ନେତା ପ୍ରତିକ୍ରିୟା ରେ କହିଛନ୍ତି ବର୍ଷା ଅଚାନକ ହେବା ରୁ ଧାନ ଫସଲ ବ୍ୟାପକ ନଷ୍ଟ ହୋଇଛି ।

ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା କୁ ଯାଇ ସ୍ଥିତି ପରଖୁଛନ୍ତି । ଆମର ମଧ୍ୟ ବିରୋଧୀ ଦଳ ନେତା ଦୁଇ ତିନୋଟି ସ୍ଥାନକୁ ଯାଇ କି ଚାଷୀ ଙ୍କ ସହ କଥା ହେବେ ।  ସରକାର ତାଙ୍କ କାମ କରୁଛନ୍ତି ବିରୋଧୀ ଦଳ ଭାବେ ଆମେ ଆମ କାମ କରୁଛୁ । ଚାଷୀ ଙ୍କୁ ନେଇ କୌଣସି ବି ରାଜନୈତିକ ଦଳ ରାଜନୀତି କରିବା ଠିକ ନୁହେଁ  ।

ସରକାର ଚାଷୀ ଙ୍କ ଠୁ ଏକର ପିଛା ଯେତିକି ଧାନ କିଣିବେ ବୋଲି କହିଥିଲେ ସେହି ଅନୁଯାୟୀ ୩୧୦୦ ଟଙ୍କା ଲେଖାଏଁ ମୂଲ୍ୟ ର ସହାୟତା ଦିଅନ୍ତୁ । ତେବେ ଯାଇ ବିଜେଡି ଭାବିବ ଯେ ଚାଷୀ ଙ୍କୁ ଉଚିତ ନ୍ୟାୟ ମିଳିଲା  ବୋଲି ।  ଏହାରି ଜବାବରେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ସାରା ଓଡ଼ିଶା ଏବେ ବର୍ଷାଜନିତ କ୍ଷୟକ୍ଷତିରେ  ପ୍ରଭାବିତ । ଚାଷୀକୁଳ ହନ୍ତସନ୍ତ। ଏଭଳି ପରିସ୍ଥିତିରେ କିଏ ଆଗ ଗଲା, କିଏ ପଛ ଗଲା ବଡ଼ କଥା ନୁହେଁ। ଉପଯୁକ୍ତ ସର୍ଭେ ହୋଇ ଚାଷୀଙ୍କୁ ସଠିକ କ୍ଷତିପୂରଣ ମିଳିବା ଉଚିତ। 

ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀଙ୍କ ଗସ୍ତ ଏକ ସ୍ବାଭାବିକ ପ୍ରକ୍ରିୟା । କିନ୍ତୁ ବିରୋଧୀ ଦଳ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଥିବାରୁ ଏହା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ ।

ନବୀନ ଗସ୍ତକୁ ଆଖିଆଗରେ ରଖି ସରକାର ଏବେ ବ୍ୟସ୍ତ କିଭଳି ଶୀଘ୍ର ଚାଷୀଙ୍କ ସମସ୍ୟା ସମାଧାନ କରିବେ। ନବୀନ ବାବୁ ସବୁବେଳେ ଚାଷୀଙ୍କ ପାଇଁ ତତ୍ପର। ପୂର୍ବରୁ ଚାଷୀଙ୍କ ପାଇଁ ଅନେକ ହିତକର ପଦକ୍ଷେପ ସେ ହାତକୁ ନେଇ କାର୍ଯ୍ୟକାରୀ  କରିଛନ୍ତି ।  

ସେପଟେ ଏ ବାବଦରେ ଆସନ୍ତା ୩୧ ତାରିଖ ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁରୀ,କଟକ,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ.ଏହି ଗସ୍ତ ଅବସରରେ ଶ୍ରୀ ପଟନାୟକ  ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ ର ସତ୍ୟବାଦୀ ,କେନ୍ଦ୍ରାପଡ଼ା ର ପଟ୍ଟାମୁଣ୍ତାଇ ର ସାଲେପୁର ଓ ଜଗତସିଂହପୁର ର ବାଲିକୁଦା ବ୍ଲକ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ

ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ.ଓ ସମ୍ପୃକ୍ତ ଅଧିକାରୀ  ମାନଙ୍କ  ସହ ଫସଲ ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିବା ନେଇ ସୂଚନା ଦେଇଛନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe