କନକ ବ୍ୟୁରୋ : ନିଯୁକ୍ତି ଦେବାର ଲୋଭ ଦେଖାଇ ଲୁଟୁଛନ୍ତି ଦଲାଲ । ମୁଖ୍ୟତଃ ଗ୍ରାମାଂଚଳର ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ସରକାର କି କୌଣସି ପୌର ସଂସ୍ଥା ପାଖରୁ ଟେଣ୍ଡର ପାଇନଥିଲେ ବି ମନଇଛା ନିଯୁକ୍ତି ଦେଉଛନ୍ତି । ନିଯୁକ୍ତି ପାଇଁ ଆଦାୟ କରୁଛନ୍ତି ଟଙ୍କା । କିଛି ମାସ ଟଙ୍କା ଦେଇ ଭରସା ଜିତିବା ପରେ ମାରୁଛନ୍ତି ଚମ୍ପଟ । ସମ୍ବଲପୁର, ବରଗଡ, ସୋନପୁର ଜିଲ୍ଲାରେ ଏହି ରାକେଟ ସକ୍ରିୟ ଥିବା ସାମନାକୁ ଆସିଛି ।
ଚାକିରି କେଳେଙ୍କାରୀର ମୁଖିଆ ରାହୁଲ ଶର୍ମାକୁ ବରଗଡ଼ ଜିଲ୍ଲା ଅତାବିରା ପୋଲିସ ବାନ୍ଧିଥିଲା। କିଛି ମହିଳା ରାହୁଲକୁ ଛାଡ଼ିବାକୁ ପୋଲିସ ଆଗରେ ଜିଦ୍ ଧରିଥିଲେ । ପରେ ଟଙ୍କା ଲୁଟିନେଲେ ପୋଲିସକୁ ଅଭିଯୋଗ ନ କରିବାକୁ ଲିଖିତ ଆକାରରେ ରଖି ରାହୁଲକୁ ଛାଡ଼ିଦେଇଥିଲା ଅତାବିରା ପୁଲିସ ।
ଝାଡ଼ୁଦାର ଚାକିରି ନାଁରେ ହଜାର ହଜାର ଲୋକଙ୍କଠାରୁ ଆଦାୟ ହୋଇଛି ୧୨ହଜାର ଲେଖାଏଁ ଟଙ୍କା । ଆର୍ ମ୍ୟାକ୍ସ କମ୍ପାନି ନାଁରେ ନୀରିହ, ଗରିବ ଓ ଅସହାୟ ଲୋକଙ୍କୁ ଲୋଭ ଦେଖାଇ ଠକିଛନ୍ତି ଦଲାଲ । ନକଲି କମ୍ପାନି କରି କେମିତି ନିଯୁକ୍ତି ପତ୍ର ମଧ୍ୟ ଦିଆଯାଉଛି । କମ୍ପାନି ତାମିଲନାଡୁର ହୋଇଥିବା ବେଳେ ଠକ ପଶ୍ଚିମବଙ୍ଗ ଓ ଠକେଇ ଓଡ଼ିଶାରେ ଚାଲିଥିବା ଜଣାପଡ଼ିଛି । ଆଶ୍ଚର୍ଯ୍ୟର କଥା କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ରାତି ୨ରୁ ୩ଟା ମଧ୍ୟରେ ଝାଡ଼ୁମାରୁଛନ୍ତି ଅନେକ ଲୋକ । ପଚାରିଲେ ନା କମ୍ପାନି ନାଁ କହିପାରୁଛନ୍ତି ନା କାହା ଅଧୀନରକେ କାମ କରୁଛନ୍ତି । ବରଗଡ଼ ଜିଲ୍ଲାର ଭେଡେନ, ବରପାଲି, ବରଗଡ, ଅତାବିରା ଓ ସୋହେଲା ବ୍ଲକରେ ହଜାର ହଜାର ଲୋକ ଏହି ଠକେଇର ଶିକାର ହୋଇଛନ୍ତି । ସେହିପରି ସମ୍ବଲପୁର ଜିଲ୍ଲାର ମଧ୍ୟ ହଜାର ହଜାର ଲୋକ ଫସିଛନ୍ତି । ସୋନପୁର ଜିଲ୍ଲାର ବିନିକା ଓ ଉଲୁଣ୍ଡା ବ୍ଲକର ଅନେକ ମହିଳା ଏହି ଠକମାନଙ୍କୁ ଟଙ୍କା ଦେଇଥିବା ଜଣାପଡ଼ିଛି । ମାସ ମାସ ହେଲା ଏସବୁ ଚାଲିଥିବା ବେଳେ ପ୍ରଶାସନ ନିରବ ଥିବାରୁ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି ।
ଟିଟିଲାଗଡ ରେଳ ଷ୍ଟେସନରୁ ୭୦ ଲକ୍ଷ ଟଙ୍କା ଜବତ, ଘଟଣା ତଦନ୍ତ କରୁଛି ସମ୍ବଲପୁର ଆୟକର ବିଭାଗ
ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କୁ ଆମେ ଫୋନ ଯୋଗେ ଯୋଗାଯୋଗ କରିଥିଲୁ। ଏହି ଠକାମୀ ବିଷୟରେ ସେ ଅବଗତ ଅଛନ୍ତି ଖୁବ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ନ ନିଆଯିବା କହିଛନ୍ତି ଜିଲ୍ଲାପାଳ ...