ହିଂସାରେ ଜଳୁଥିବା ମଣିପୁରରେ ସୁପ୍ରିମକୋର୍ଟର ବିଚାରପତି । କୁକି ଅଧ୍ୟୁଷିତ ଅଞ୍ଚଳରେ ପ୍ରବଳ ବିରୋଧ

ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ ସ୍ବାଗତ କରିଛି କଂଗ୍ରେସ । ଦୀର୍ଘ ଦୁଇ ବର୍ଷ ହେବ ମଣିପୁର ଜଳୁଛି ଅଥଚ ଥରୁଟିଏ ବି ପ୍ରଧାନମନ୍ତ୍ରୀ ରାଜ୍ୟକୁ ନଯିବା ଘଟଣା ଉପରେ ପ୍ରଶ୍ନ ଉଠାଇଛି ଦଳ । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମଣିପୁର ସ୍ଥିତିରେ କିଛି ସୁଧାର ଆସିବ ବୋଲି ଆଶା ରଖିଛି କଂଗ୍ରେସ ।

fsfsdsd

fdgdd

କନକ ବ୍ୟୁରୋ : ଦୁଇବର୍ଷ ହେବ ହିଂସା, ଉତ୍ତେଜନାରେ ଜର୍ଜରିତ ହୋଇପଡିଥିବା ମଣିପୁରର ସ୍ଥିତି ବର୍ତ୍ତମାନ କ’ଣ ରହିଛି? କେମିତି ଦିନ କାଟୁଛନ୍ତି ହିଂସା ପ୍ରଭାବିତ ଅଞ୍ଚଳର ଲୋକ? କେମିତି ଚାଲିଛି ଦୈନନ୍ଦିନ ଜୀବନ? ଗ୍ରାଉଣ୍ଡ ଜିରୋରୁ ଏହି ସବୁ ସମୀକ୍ଷା କରି ସୁପ୍ରିମକୋର୍ଟ ପ୍ରଧାନ ବିଚରାପତିଙ୍କୁ ରିପୋର୍ଟ ଦେବ ଡେଲିଗେସନ ଟିମ । ଜଷ୍ଟିସ ବି.ଆର ଗୋଗଇଙ୍କ ନେତୃତ୍ୱ ପ୍ରତିନିଧିମଣ୍ଡଳରେ ଅଛନ୍ତି ସୁପ୍ରିମକୋର୍ଟଙ୍କ ୬ଜଣ ବରିଷ୍ଠ ବିଚରାପତି ।  ତେବେ ଗସ୍ତର ପ୍ରଥମ ଦିନରେ ଶିବିରରେ ପହଁଚି ପ୍ରଭାବିତ ଲୋକଙ୍କୁ ଭେଟି ହାଲଚାଲ ପଚାରିବୁଝିଛନ୍ତି ଡେଲିଗେସନ ଟିମ ।

ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ ସ୍ବାଗତ କରିଛି କଂଗ୍ରେସ । ଦୀର୍ଘ ଦୁଇ ବର୍ଷ ହେବ ମଣିପୁର ଜଳୁଛି ଅଥଚ ଥରୁଟିଏ ବି ପ୍ରଧାନମନ୍ତ୍ରୀ ରାଜ୍ୟକୁ ନଯିବା ଘଟଣା ଉପରେ ପ୍ରଶ୍ନ ଉଠାଇଛି ଦଳ । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମଣିପୁର ସ୍ଥିତିରେ କିଛି ସୁଧାର ଆସିବ ବୋଲି ଆଶା ରଖିଛି କଂଗ୍ରେସ ।

କୁକି ଓ ମୈଇତି ମଧ୍ୟରେ ମେ ୩ ୨୦୨୩ରୁ ଆରମ୍ଭ ହୋଇଛି ସାମ୍ପ୍ରଦାୟିକ ହିଂସା ।୨ଶହରୁ ଅଧିକ ଜୀବନ ଯିବା ସହ ଏକଲକ୍ଷରୁ ଅଧିକ ଲୋକଙ୍କୁ ବିସ୍ଥାପିତ କରାଯାଇଛି । ସେପଟେ ଆଜି କୁକି ଅଧ୍ୟୁଷିତ ଅଞ୍ଚଳରେ ସୁପ୍ରିମକୋର୍ଟର ଡେଲିଗେସନ ଟିମ୍ ପହଂଚିବା ପରେ ତାଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe