କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ପଞ୍ଜାବ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଶା ନିର୍ଦ୍ଦେଶ ଜାରି କରାଯାଇଛି । ଏଥିରେ ବିଶେଷ କରି ବୟସ୍କ, ଗର୍ଭବତୀ, ଓ ଛୋଟ ପିଲାଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ହେଲେ ପଞ୍ଜାବ ସରକାର ଏପର୍ଯ୍ୟନ୍ତ କୌଣସି ପ୍ରତିବନ୍ଧକ ଯେଭଳି କି, ଲକଡାଉନ ଲଗାଇନାହାଁନ୍ତି । 

Advertisment

ସେପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ ମୁତାବକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୪ ଶହ ପାର କରିଛି । 

ଏହା ବ୍ୟତୀତ ଯଦି ରାଜ୍ୟମାନଙ୍କ କଥା କହିବା ତେବେ ସବୁଠାରୁ ଅଧିକ ସଂକ୍ରମିତ ଗୁଜରାଟରୁ ଚିହ୍ନଟ ହୋଇଛନ୍ତି । ଏବେ ଗୁଜରାଟରେ ଆକ୍ଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୧୪୩୭ ରହିଛି । ସେହିଭଳି ଦିଲ୍ଲୀରେ ୬୭୨, କେରଳରେ ୨୧୦୯, ମହାରାଷ୍ଟ୍ରରେ ୬୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।