ଉପାନ୍ତ ଅଞ୍ଚଳରେ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରି ପ୍ରେରଣା ପାଲଟିଛନ୍ତି ନବରଙ୍ଗପୁରର ଋତୁ, ପରିବେଶ ଉପଯୋଗୀ ବ୍ୟାଗ୍ ତିଆରି କରି ଦେଉଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା

କର୍ଣ୍ଣ ଷ୍ଟାର୍ଚ୍ଚର ଗ୍ରାନ୍ୟୁଲ ଏହାର ମୁଖ୍ୟ କଞ୍ଚାମାଲ ହୋଇଥିବାରୁ ଏହା ସମ୍ପୂର୍ଣ ରୂପେ ଇକୋ ଫ୍ରେଣ୍ଡଲି ବ୍ୟାଗ୍‌। ରିତୁ ଗୁଜୁରାଟରୁ କଞ୍ଚାମାଲ ଆମଦାନୀ କରି ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି । ଉମରକୋଟ ଅଂଚଳର ୧୦ ଜଣ ମହିଳା କାର୍ଯ୍ୟରେ  ନିୟୋଜିତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଶୁନ୍ୟ ପ୍ଲାଷ୍ଟିକ ବ୍ୟବହାର କରାଯାଇ ବ୍ୟାଗ୍‌ ପ୍ରସ୍ତୁତ କରାଯାଇଛି ।

1

କନକ ବ୍ୟୁରୋ : ବାୟୋଡିଗ୍ରେଡବୁଲ ଆଣ୍ଡ ନନ ୱଭେନ ବ୍ୟାଗ ପ୍ରଡକ୍ସନ ୟୁନିଟ୍‌ ଖୋଲି ଭଲ ରୋଜଗାର କରୁଛନ୍ତି ଜଣେ ମହିଳା ଉଦ୍ୟୋଗୀ । ନବରଙ୍ଗପୁର ଉମରକୋଟର ଡ଼ଙ୍ଗରିଗୁଡ଼ା ଠାରେ ଉଚ୍ଚ ଶିକ୍ଷିତା ମହିଳା ରିତୁ ମାହୁନ୍ତ ଏହି ୟୁନିଟ ସ୍ଥାପନ କରିଛନ୍ତି । କୃଷି ବିଜ୍ଞାନରେ ସ୍ନାତକ କରିବା ପରେ ଚାକିରି ପଛରେ ନପଡ଼ି ସେ ଏଭଳି ଏକ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି । ମୋଟ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସ୍ଥାପିତ ଏହି ୟୁନିଟରୁ ଦୈନିକ ୨ ରୁ ୩ କ୍ବିଣ୍ଟାଲ ବ୍ୟାଗ୍‌ ଉତ୍ପାଦନ ହେଉଛି । ଏହି ୟୁନିଟରେ ୨୫୦ ଗ୍ରାମ୍‌ରୁ ୨୫ କେଜି କ୍ଷମତା ବିଶିଷ୍ଟ ବ୍ୟାଗ୍‌ ପ୍ରସ୍ତୁତ କରାଯାଉଛି । ଗୋଟିଏ କେଜି ବ୍ୟାଗର ସର୍ବନିମ୍ନ ମୂଲ୍ୟ ୧୫୦ ଟଙ୍କା ଥିବାବେଳେ ଆକାର ଅନୁଯାୟୀ ମୂଲ୍ୟ ଧାର୍ଯ୍ୟ ରଖାଯାଇଛି ।

କର୍ଣ୍ଣ ଷ୍ଟାର୍ଚ୍ଚର ଗ୍ରାନ୍ୟୁଲ ଏହାର ମୁଖ୍ୟ କଞ୍ଚାମାଲ ହୋଇଥିବାରୁ ଏହା ସମ୍ପୂର୍ଣ ରୂପେ ଇକୋ ଫ୍ରେଣ୍ଡଲି ବ୍ୟାଗ୍‌। ରିତୁ ଗୁଜୁରାଟରୁ କଞ୍ଚାମାଲ ଆମଦାନୀ କରି ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି । ଉମରକୋଟ ଅଂଚଳର ୧୦ ଜଣ ମହିଳା କାର୍ଯ୍ୟରେ  ନିୟୋଜିତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଶୁନ୍ୟ ପ୍ଲାଷ୍ଟିକ ବ୍ୟବହାର କରାଯାଇ ବ୍ୟାଗ୍‌ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ବ୍ୟବସାୟୀ ମାନେ ରାୟପୁରରୁ ଏହି ବ୍ୟାଗ୍‌ ଚଢା ଦରରେ କିଣୁଥିଲେ । ଅର୍ଡର ଦେଇ ମାସକ ପରେ ପାଉଥିଲେ । ବର୍ତ୍ତମାନ ଅର୍ଡର ଦେବା ସଙ୍ଗେ ସଙ୍ଗେ ବ୍ୟାଗ୍‌ ପାଉଛନ୍ତି । କମ ମୂଲ୍ୟରେ ପାଉଥିବା କହିଛନ୍ତି ବ୍ୟବସାୟୀ । 

ରୋଜଗାର କରିବା ପାଇଁ ଲୋକମାନେ ଅନେକ ବାଟ ବାଛୁଛନ୍ତି । ହେଲେ ପରିବେଶ ଉପଯୋଗୀ ବ୍ୟାଗ୍‌ ପ୍ରସ୍ତୁତି କରି ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ଦେଉଛନ୍ତି ରିତୁ । ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe