ୟୁପି ଷ୍ଟାଇଲରେ ସାଇଲେନ୍ସର ଉପରେ ମାଡ଼ିଗଲା ରୋଲର, ୧୦୦ରୁ ଅଧିକ ବାଇକ ଜବତ କରି ରୋଲର ଚଢାଇଦେଲା ଭଦ୍ରକ ପୁଲିସ

ଭଦ୍ରକ ସହରରେ ବିକଟାଳ ଶବ୍ଦ କରି ଆତଙ୍କ କରୁଥିବା ବାଇକ ଚାଳକଙ୍କ ମଧ୍ୟରେ   ସଚେତନତା ସୃଷ୍ଟି କରିବା ପାଇଁ ଭଦ୍ରକ ଟାଉନ ପୋଲିସ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛି ।

22

କନକ ବ୍ୟୁରୋ : ୟୁପି ଷ୍ଟାଇଲରେ ସାଇଲେନ୍ସର ଉପରେ ଚଢ଼ିଲା ରୋଲର । ଭଦ୍ରକ ସହରରେ ବିକଟାଳ ଶବ୍ଦ କରି ଆତଙ୍କ କରୁଥିବା ବାଇକ ଚାଳକଙ୍କ ମଧ୍ୟରେ   ସଚେତନତା ସୃଷ୍ଟି କରିବା ପାଇଁ ଭଦ୍ରକ ଟାଉନ ପୋଲିସ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛି । ବାଇକ ରେ ଅପ୍ରକୃତିକ ସାଇଲେନ୍ସର ଲଗାଇ ସାଧାରଣ ଲୋକଙ୍କୁ ଆତଙ୍କ ଓ ଭୟଭୀତ କରୁଥିଲେ ବାଇକ ଚାଳକ । ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଟାଉନ ପୋଲିସ ଶହେରୁ ଉର୍ଦ୍ଧ ବାଇକ ଜବତ କରି ବାଇକରୁ ସାଇଲେନ୍ସର କାଢି ୟୁପି ଷ୍ଟାଇଲରେ ରୋଲର ଚଢାଇ ନଷ୍ଟ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe