କନକ ବ୍ୟୁରୋ: ମଣ୍ଡିରେ ପଡିରହିଛି ଧାନ । ଏପରଟେ  ମନ୍ତ୍ରୀଙ୍କ ଦୁଇଦିନରେ ଦୁଇଟି କଥା ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବକୁ ବଢାଇଦେଇଛି । ମଙ୍ଗଳବାର ମନ୍ତ୍ରୀ କୃଷ୍ଣ ପାତ୍ର କହିଥିଲେ ଏଫଏକକ୍ୟୁ ମାନରେ କମ୍ପ୍ରମାଇଜ କରାଯିବ । ଆଜି କିନ୍ତୁ ତାର ଓଲଟା କହୁଛନ୍ତି । ସେପଟେ କୁଚିଣ୍ଡା ମଣ୍ଡିରେ ପହଞ୍ଚି ମଣ୍ଡିର ରିଏଲଟି ଚେକ କରିଛି କନକ ନ୍ୟୁଜ ଟିମ୍ । ଆଉ ପଦାକୁ ଆସିଛି ପ୍ରଶାନିକ ଅଧିକାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକାର ଚିତ୍ର।

Advertisment
  • ମଣ୍ଡି ଅବ୍ୟବସ୍ଥା ନେଇ ମତ ବଦଳାଉଛନ୍ତି ମନ୍ତ୍ରୀ
  • ୨ ଦିନରେ ଯୋଗାଣ ମନ୍ତ୍ରୀଙ୍କ ୨ଟି କଥା 

ମଣ୍ଡିରେ ସରକାରୀ ବ୍ୟବସ୍ଥା କାମ କରୁନି । ପାଣିରେ ବସ୍ତା ବସ୍ତା ଧାନ ପଡିରହିଛି । ଧାନ ନ ଉଠିବାରୁ ଚାଷୀ ଦିନରାତି ଜଗି ନୟାନ୍ତ ହେଲେଣି । ଏଫଏକ୍ୟୁ ଧାନ ବିକ୍ରି ନେଇ ବି ଦ୍ବନ୍ଦ୍ବ ଦେଖାଦେଇଛି । ଏଭଳି ସମୟରେ ମନ୍ତ୍ରୀ କୃଷ୍ଣପାତ୍ରଙ୍କ  ଦୁଇଟି ବୟାନରୁ ଲାଗୁଛି ଯେମିତି ମନ୍ତ୍ରୀ ବି ଦ୍ୱନ୍ଦ୍ବରେ ଅଛନ୍ତି । ମଙ୍ଗଳବାର କହିଥିଲେ,  ଏଫଏକ୍ୟୁ  ମାନରେ ଯଦି ଟିକେ ଗଡବଡ ଥିବ ଜିଲ୍ଲାପାଳଙ୍କୁ କୁହାଯାଇଛି କମ୍ପରମାଇଜ କରି ଧାନ କିଣିବାକୁ । ଆଉ ଆଜି କହୁଛନ୍ତି ଏଫଏକ୍ୟୁ ମାନ ଉପରେ ସଂପୂର୍ଣ୍ଣ କମ୍ପ୍ରମାଇଜ କରିହେବନି। କାରଣ, ଏଫସିଆଇ ଚାଉଳ ନେବନି, ପଡିରହିବ ।

  • ମଣ୍ଡିରେ କାମ କରୁନି ସରକାରୀ ବ୍ୟବସ୍ଥା
  • ସାମ୍ନାକୁ ଆସିଲା ଅଧିକାରୀ- ମିଲରଙ୍କ ମଧୁଚନ୍ଦ୍ରିକା!

ପଶ୍ଚିମ ଓଡିଶାର ଭାତହାଣ୍ଡି କୁହାଯାଉଥିବା କୁଚିଣ୍ଡା ଅଞ୍ଚଳର କୁସୁମୀ-ଜମନକିରା ପ୍ରଶାସନ ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଚାଲୁଛି ଧାନ ମଣ୍ଡି । ଦଲାଲ ସକ୍ରିୟ ହୋଇଛନ୍ତି । ୪ ରୁ ୫  କେଜି କଟନି ନହେଲେ ଉଠାଉ ନାହାଁନ୍ତି ଚାଷୀଙ୍କ ଧାନ । ଆଉ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ମଧୁଚନ୍ଦ୍ରିକାର ଚିତ୍ର । ଧାନ ମଣ୍ଡିରୁ ୪ ରୁ ୫ କିଲୋମିଟର ବ୍ୟବଧାନରେ ରାସ୍ତା ଉପରେ ଠିଆ ହୋଇଛି ୧୯ଟି ଧାନ ଭର୍ତ୍ତି ଟ୍ରକ । ସେଗୁଡିକ ମଧ୍ୟ ଏଣ୍ଟ୍ରି ହୋଇ ମିଲକୁ ସିଧାସଳଖ ଯିବା ପାଇଁ ବାହାରିଛନ୍ତି । ତେବେ ମଣ୍ଡିକୁ ନ ଆସି କିଭଳି ଏଣ୍ଟ୍ରି ହୋଇ ଧାନ ବିକ୍ରି ହୋଇପାରୁଛି ତାହା ମଧ୍ୟ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ, ତାହା ସନ୍ଦେହ ସୃଷ୍ଟି କରୁଛି । ଦଲାଲ ଓ ବେପାରୀ ଅସାଧୁ ଅଧିକାରୀଙ୍କ ସହିତ ମିଶି ଧାନକୁ ସିଧାସଳଖ ମିଲକୁ ପଠାଇ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଚାଷୀ ।
ତେବେ ମିଲର୍ସଙ୍କ ମନମାନି ଯୋଗୁଁ ମଣ୍ଡିରେ ପଡିଛି ହଜାର ହଜାର କ୍ୱିଣ୍ଟାଲ ଧାନ । ଏହାସହ କଟନି ଛଟନି ସହ ଦଲାଲ ର ସାହାଯ୍ୟ ନ ନେଲ ଚାଷୀ ବିକ୍ରି କରିପାରୁନାହାନ୍ତି କେଜିଏ ବି ଧାନ ।