କନକ ବ୍ୟୁରୋ :  କେମିତି ହେଲା ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଦଳଚକଟା । ଯେଉଁଥିରେ ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି ଏବଂ  ୪୦ରୁ ଅଧିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେ ଏହି ଅଘଟଣ ପଛର ସତ ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ବୁଧବାର ରାତିରେ ଘଟିଥିଲା ଦଳାଚକଟା ଘଟଣା । ପ୍ରତ୍ୟେକ୍ଷଦର୍ଶୀ ବୟାନ କରିଛନ୍ତି ସେ ସମୟର ଭୟଙ୍କର ଚିତ୍ର କେମିତି ଥିଲା । 

Advertisment

ବୈକୁଣ୍ଠ ଏକାଦଶୀ ପର୍ବର ଟୋକେନ୍ ବଣ୍ଟନ ପାଇଁ ମନ୍ଦିରରେ ଜମିଥିଲା ଭିଡ଼
ଭଗବାନଙ୍କ ସ୍ବତନ୍ତ୍ର ଦର୍ଶନ ପାଇଁ କରାଯାଇଥିଲା ଟୋକେନ୍ ବ୍ୟବସ୍ଥା
ଟୋକେନ ନେବାପାଇଁ ଭକ୍ତମାନେ ରାତିରୁ ଲଗାଇଥିଲେ ଭିଡ଼
ଭୋର ୫ଟାରୁ ଟୋକେନ ବଣ୍ଟନ ଆରମ୍ଭ ହୋଇଥିଲା
ପୂର୍ବ ରାତିରୁ ହିଁ ଶ୍ରଦ୍ଧାଳୁ ଟିକେଟ୍ କାଉଣ୍ଟରରେ ଭିଡ ଜମାଇଥିଲେ
ଭଗବାନଙ୍କ ଦର୍ଶନ ପାଇଁ ୯୦ରୁ ଅଧିକ ଟିକେଟ୍ କାଉଣ୍ଟର୍ ହୋଇଥିଲା
କାଉଣ୍ଟର ବାହାରେ ୩ରୁ ୪ ହଜାର ଲୋକ ଏକାଠି ହୋଇଥିଲେ
ପୁଲିସ ଗେଟ୍ ଖୋଲିବା ମାତ୍ରେ ଅଣାୟତ ହୋଇଥିଲା ପରିସ୍ଥିତି
ଭିଡ ଭତରେ ଶ୍ରଦ୍ଧାଳୁ ମାନେ ଅଣନିଶ୍ୱାସୀ ହୋଇପଡିଥିଲେ
ଅନେକ ମହିଳା ଭିଡ଼ ଭିତରେ ପ୍ରଥମେ ତଳେ ପଡିଯାଇଥିଲେ 
ଦେଖୁଦେଖୁ ଆରମ୍ଭ ହୋଇଯାଇଥିଲା ଦଳାଚକଟା ଭଳି ସ୍ଥିତି

ଟିଟିଡି ଅର୍ଥାତ ତିରୁପତି ମନ୍ଦିର ପରିଚାଳନା କମିଟି ଯାହା ଦାୟିତ୍ବରେ ରହିଛି ମନ୍ଦିରର ସବୁ ବ୍ୟବସ୍ଥା । ଏହାର ଅଧ୍ୟକ୍ଷଙ୍କ କହିବା ମୁତାବକ, ଭିଡ ଭତରେ କିଛି ମହିଳା ଅସୁସ୍ଥ ଅନୁଭବ କରୁଥିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ଫାଟକ ଖୋଲିବା ମାତ୍ରେ ଲୋକମାନେ ଗେଟ୍‌ ଡେଇଁ ଆଗକୁ ବଢ଼ି ଯାଇଥିଲେ। ଫଲରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥାର ଅଭାବ ହେତୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେପଟେ ତିରୁପତି ମନ୍ଦିର ଦଳାଚକଟା ଘଟଣାରେ ଶୋକବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଏହି ଘଟଣାରେ ଦୁଖପ୍ରକାଶ କରିଛନ୍ତି ।