କନକ ବ୍ୟୁରୋ : ସେବା ଯଦି ନିଃସ୍ବାର୍ଥ ହୁଏ ତାହେଲେ ତାହା ବାସ ହୋଇ ଚାରିଆଡ଼କୁ ଚହଟେ । ସେ ବାସ ପାଇ ଲୋକ ଛୁଟିଆସନ୍ତି । ସେ ନିସ୍ବାର୍ଥରେ ସୁସ୍ଥ ବି ହୁଅନ୍ତି । ଆଉ ସେବା ଯୋଗାଉଥିବା ଡାକ୍ତର ଜଣକ ଭଗବାନଙ୍କ ଅବତାର ପାଲଟିଯାଆନ୍ତି । ଏଭଳି ଜଣେ ଡାକ୍ତର ହେଉଛନ୍ତି ମୟୂରଭଞ୍ଜ ଗୋପବନ୍ଧୁନଗର ପୁରୁଣା ବାରିପଦା ଗାଁର ଡାକ୍ତର ହରିଶ ଚୌଧୁରୀ ।
ତାଙ୍କ ପାଇଁ ପେସା କେବଳ ପେସା କି ଅର୍ଥ ରୋଜଗାର କରିବାର ବାଟ ନୁହେଁ ବରଂ ନିଶା , ଆଉ ସେବାର ବ୍ରତ । ତାଙ୍କ ପାଇଁ ଡାକ୍ତରୀର ସଂଜ୍ଞା ହେଉଛି କେବଳ ସେବା , ମାନବିକତାର ମାନଦଣ୍ଡ, ପରୋପକାରର ସ୍ବାକ୍ଷର । ତାଙ୍କ ପାଇଁ ଲୋକଙ୍କ ମୁହଁରେ ଟିକେ ହସ ଫୁଟାଇବା ସବୁଠୁ ବଡ଼ କର୍ମ । ଲୋକଙ୍କ ଆଶୀର୍ବାଦ ତାଙ୍କର ସବୁଠୁ ବଡ଼ ସଫଳତା ।
ଚିନ୍ତା ବଢ଼ାଇଲାଣି ବାୟୁ ପ୍ରଦୂଷଣ : ଦେଶର ପ୍ରଦୂଷିତ ସହର ତାଲିକା ଶୀର୍ଷରେ ତାଳଚେର
ପୁରୁଣା ବାରିପଦା ଗାଁର ବିଷ୍ଣୁପ୍ରିୟା ସେବା ସଦନ । ଯେଉଁଠି ଚାଲିଛି ମାଗଣା ରୋଗୀ ସେବା । ଡାକ୍ତର ହରିଶ ଚୌଧୁରୀ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଡାକ୍ତର ଭାବେ କାର୍ଯ୍ୟରତ । ହେଲେ ରାଜଧାନୀର ଚାକଚକ୍ୟ ତାଙ୍କୁ ଗାଁଠୁ ଦୂରେଇପାରିନି । ଏଥିପାଇଁ ତ ସେ ପ୍ରତି ମାସର ଦ୍ଵିତୀୟ ସପ୍ତାହର ଶନିବାର ଗ୍ରାମ ପୁରୁଣା ବାରିପଦା ସ୍ଥିତ ନିଜ ଘରକୁ ଆସନ୍ତି । ଦିନ ରୋଗୀ ଦେଖନ୍ତି । ହେଲେ ରୋଗୀଙ୍କ ଠାରୁ ଟଙ୍କାଟେ ବି ନିଅନ୍ତିନି । ତାଙ୍କର ଉତ୍ତମ ବ୍ୟବହାର, ହସ ହସ ମୁହଁ ସାଙ୍ଗକୁ ଉଚିତ ସେବା ଯୋଗାଇ ଦେଉଥିବାରୁ ରୋଗୀ ନିଃ ସଙ୍କୋଚରେ ନିଜ ସମସ୍ୟା କୁହନ୍ତି । ଡାକ୍ତର ଚୌଧୁରୀଙ୍କ କହିବା କଥା, ଡାକ୍ତର ଚିକିତ୍ସା ଅପେକ୍ଷା , ଡାକ୍ତର ପଦେ କଥା ଅଧା ରୋଗ ଭଲ କରିଦେବ। ଚିକିତ୍ସା ସହ ଉଚିତ ବ୍ୟବହାର ବି ନିହାତି ଜରୁରି ।
ଚିନ୍ତା ବଢ଼ାଇଲାଣି ବାୟୁ ପ୍ରଦୂଷଣ : ଦେଶର ପ୍ରଦୂଷିତ ସହର ତାଲିକା ଶୀର୍ଷରେ ତାଳଚେର
ମାସର ଦ୍ବିତୀୟ ଶନିବାର ହେଲେ ଡାକ୍ତର ଚୌଧୁରୀଙ୍କ ଘର ପାଖରେ ଲୋକଙ୍କ ଭିଡ଼ ଜମେ । ଖାଲି ଚିକତ୍ସା ପାଇଁ ନୂହେଁ ବରଂ ତାଙ୍କ ବ୍ୟବହାର କଥା ଶୁଣି ଉଦଳା, କପ୍ତିପଦା , ଖୁଣ୍ଟା, ବାଲେଶ୍ୱର, ବାରିପଦା ସମେତ ବିଭିନ୍ନ ଅଂଚଳରୁ ରୋଗୀମାନେ ଆସନ୍ତି । ଆଉ ମାଗଣାରେ ଚିକିତ୍ସିତ ହୋଇ ଫେରିଥାନ୍ତି । ଦୀର୍ଘ ବର୍ଷ ହେବ ସେ ଏପରି ରୋଗୀ ସେଵା କରି ଆସୁଥିବା ବେଳେ ଟଙ୍କା ଠାରୁ ସେବା ଯେ ଜୀବନରେ ଜରୁରୀ, ସେବା ହିଁ ମଣିଷ ର ଅସଲ ପରିଚୟ ବୋଲି କୁହନ୍ତି ଡାକ୍ତର ଚୌଧୁରୀ ।
ସତରେ ଆମ ରାଜ୍ୟରେ ଡାକ୍ତର ରାମଚନ୍ଦାନୀ ଏବଂ ଡାକ୍ତର ଚୌଧୁରୀଙ୍କ ଭଳି ସହୃଦୟ ଡାକ୍ତର ରହିଲେ, ରୋଗୀ ସେବାରେ କିଛି ସମସ୍ୟା ହୁଅନ୍ତୋନି କି ଡାକ୍ତରଙ୍କୁ ନେଇ ରୋଗୀଙ୍କ ଭିତରେ ଅସନ୍ତୋଷ ବି ରୁହନ୍ତାନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/04/19-free-doctor-anu-pkg-t-2026-01-04-08-35-31.jpg)