କନକ ବ୍ୟୁରୋ :  କୋହଲା ପାଗକୁ ଝିପି ଝିପି ବର୍ଷା । ପ୍ରତିକୂଳ ପାଗ ସତ୍ତ୍ୱେ ଚାଲିଛି ପାଣିକୋଇଲି ଦୋଳ ମେଲଣ ଉତ୍ସବ । କଟକ,କେଉଁଝର, ବାଲେଶ୍ଵର ଓ ଯାଜପୁର ଚାରିଟି ଜିଲ୍ଲାର ସଂଯୋଗ ସ୍ଥଳୀ ପାଣିକୋଇଲି ଛକରେ ଅନୁଷ୍ଠିତ ହୋଇଛି ଏହି ମେଲଣ । ଗାଁ ଗାଁ ମଧ୍ୟରେ ସୁସମ୍ପର୍କ ଓ ଭାଇଚାରା ବୃଦ୍ଧି ପାଇଁ ଆୟୋଜିତ ହୁଏ ଦୋଳ ମେଲଣ ।  ଯାହାକୁ ବେଶ୍ ଧୁମଧାମରେ ପାଳନ କରିଛନ୍ତି ଅଞ୍ଚଳବାସୀ । ଚଳିତବର୍ଷ ଏହି ପାଣିକୋଇଲି ମେଲଣ ଉତ୍ସବ ୪୦ ବର୍ଷରେ ପଦାର୍ପଣ କରିଥିବା ବେଳେ ଉତ୍ସବରେ ୨୦ ରୁ ଉର୍ଦ୍ଧ୍ବ ରାଧା କୃଷ୍ଣଙ୍କ ଦୋଳ ବିମାନ  ସାମିଲ ହୋଇଥିଲେ। ବିମାନରେ ରାଧା କୃଷ୍ଣ ,ଗୋପୀନାଥ, ଆଣ୍ଠୁଆ ଗୋପାଳଙ୍କ ଦର୍ଶନ କରିବା ସହ ନିଜକୁ ପବିତ୍ର ମନେକରିଥାନ୍ତି ଶ୍ରଦ୍ଧାଳୁ । ଯେଉଁଠି ଦେଖିବାକୁ ମିଳିଥାଏ ଭଗବାନ ଓ ଭକ୍ତଙ୍କ ମିଳନ । ଆଧ୍ୟାତ୍ମିକ ଭାବାବେଗରେ ପୂରିଉଠିଥାଏ ସାରା ପରିବେଶ । ଏହା ସହିତ ମିନାବଜାର ବୁଲି ମେଲଣ ଉତ୍ସବର ମଜା ଉଠାଇଥିଲେ ଦର୍ଶକ।