ସୁଶାନ୍ତ ସିଂ ରାଜପୁତ୍ ମାମଲାରେ ଅଭିଯୁକ୍ତଙ୍କୁ ସିବିଆଇର କ୍ଲିନଚିଟ୍ । ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ଅଭିନେତା

ମୃତ୍ୟୁର ପ୍ରକୃତ କାରଣ ହତ୍ୟା ନୁହେଁ ଆତ୍ମହତ୍ୟା ବୋଲି କ୍ଲୋଜର ରିପୋର୍ଟରେ ଉଲ୍ଲେଖ କରିଛି ସିବିଆଇ। ୧୪ ଜୁନ୍ ୨୦୨୦ରେ ବାନ୍ଦ୍ରାସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ । ହତ୍ୟା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ୫ବର୍ଷ ପରେ ସିବିଆଇ ଏହି ମାମଲାର ଅନ୍ତିମ ରିପୋର୍ଟ ଦାଖଲ କରିଛି ।

fdsdfsdfsdf

sdfsfdsdfsf

କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କଲା ସିବିଆଇ । ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା କ୍ଲିନଚିଟ୍ । ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ରିଆଙ୍କ ଭାଇ ସୌଭିକ ଓ ସୋସିଆଲ ମିଡିଆାର ସତ୍ୟମେବ ଜୟତେ ଲେଖା ପୋଷ୍ଟ କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ହତ୍ୟା ନୁହେଁ ଆତ୍ମହତ୍ୟା ବୋଲି କ୍ଲୋଜର ରିପୋର୍ଟରେ ଉଲ୍ଲେଖ କରିଛି ସିବିଆଇ। ୧୪ ଜୁନ୍ ୨୦୨୦ରେ ବାନ୍ଦ୍ରାସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ । ହତ୍ୟା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ୫ବର୍ଷ ପରେ ସିବିଆଇ ଏହି ମାମଲାର ଅନ୍ତିମ ରିପୋର୍ଟ ଦାଖଲ କରିଛି । ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ନାହିଁ। ଏମ୍ସ ଫରେନସିକ ରିପୋର୍ଟରେ ମଧ୍ୟ ହତ୍ୟା ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରିଛି ସିବିଆଇ। ସିବିଆଇର ରିପୋର୍ଟ ଦାଖଲ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ କ୍ଲିନଚିଟ୍ ମିଳିଛି। ସିବିଆଇ ପକ୍ଷରୁ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ ହେବା ପରେ ଏବେ ସୁଶାନ୍ତଙ୍କ ପରିବାର ଆଗକୁ କଣ ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ରହିଛି। 

କ’ଣ କହିଲା ସିବିଆଇ?
- ପାଖାପାଖି ୫ ବର୍ଷରେ ପରେ ସିବିଆଇର କ୍ଲୋଜର ରିପୋର୍ଟ
- ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା କହିଛି ସିବିଆଇ
- ଆତ୍ମହତ୍ୟା କରିବା ପାଇଁ ସୁଶାନ୍ତ ସିଂ ରାଜପୁତଙ୍କୁ କେହି ଉସୁକାଇନଥିଲେ
- ମାମଲାରେ କୌଣସି ପ୍ରକାର ଷଡ଼ଯନ୍ତ୍ରର ଗନ୍ଧ ପାଇନାହିଁ ସିବିଆଇ
- ସୁଶାନ୍ତଙ୍କ ସୋସିଆଲ ମିଡିଆ ଚାଟ୍ ସହ କୌଣସି ଗଡ଼ବଡ଼ ହୋଇନି


କ’ଣ ଥିଲା ପୂରା ମାମଲା?
- ୧୪ ଜୁନ ୨୦୨୦ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା
- ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରୁ ମିଳିଥିଲା ମୃତଦେହ
- ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା
- ପ୍ରଥମେ ମାମଲାର ତଦନ୍ତ ଆରମ୍ଭ କରିଥିଲା ମୁମ୍ବାଇ ପୁଲିସ
-  ଅଗଷ୍ଟ ମାସରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା
- ମୁମ୍ବାଇର କପୁର ହସ୍ପିଟାଲରେ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା
- ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଥିଲା
- ସୁଶାନ୍ତ ସିଂ ରାଜପୁତଙ୍କ ବାପା ପାଟଣାରେ ମାମଲା ରୁଜୁ କରିଥିଲେ
- ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ
- ଆତ୍ମହତ୍ୟା ପାଇଁ ଉସୁକାଇବା ଓ ମାନସିକ ଉତ୍ପୀଡନ ଅଭିଯୋଗ ଆଣିଥିଲେ
- ଏହାର ଜବାବରେ ରିୟା ଚକ୍ରବର୍ତ୍ତୀ ମଧ୍ୟ ମୁମ୍ବାଇରେ ଅଭିଯୋଗ କରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe