କନକ ବ୍ୟୁରୋ : ହଠାତ୍ ଲାଗୁଛି ନିଆଁ । ଜଳି ଯାଉଛି ଲୁଗାପଟା । ପିନ୍ଧିଥିବା ଶାଢ଼ୀ ମଧ୍ୟ ପୋଡ଼ି ଯାଉଛି। କ୍ୟାମେରାରେ କଏଦ ନିଆଁ ଲାଗିବାର ଦୃଶ୍ୟ । ବିଶ୍ବାସ ନହେଲେ ବି ଆଖି ଦେଖାକୁ ବିଶ୍ବାସ କରିବାକୁ ବାଧ୍ୟ ହେଉଛି ମଣିଷ । ଏଭଳି ଅଶ୍ଚର୍ୟ୍ୟ କଲା ଭଳି ଘଟଣା ଦେଖିବାକୁ ମିଳିଛି  ଯାଜପୁର ବିଞ୍ଝାରପୁର ବ୍ଲକ ଘଣ୍ଟିଆଳି ପଞ୍ଚାୟତର ବିଶିନିପୁର ଗାଁରେ । ୪ ଦିନ ହେବ କୃଷ୍ଣ ମହାଳିକଙ୍କ ପରିବାରର ନିଦ ହଜାଇ ଦେଇଛି ଏହି ଘଟଣା । ୧୫ ମିନିଟରୁ ଅଧ ଘଣ୍ଟା ବ୍ୟବଧାନରେ ଘରର କୌଣସି ନା କୌଣସି ବସ୍ତୁରେ ନିଆଁ ଲାଗୁଛି । ଘରର ସମସ୍ତ ଆସବାବପତ୍ର ଜଳି ଗଲାଣି । ତେବେ କେବଳ ଦିନରେ ହିଁ ନିଆଁ ଲାଗୁଥିବା କହିଛନ୍ତି ପରିବାର ଲୋକେ ।

Advertisment

ନିଆଁ ଲାଗି ଜଳିଗଲାଣି ଘରର ସମସ୍ତ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ । ଏବେ ନାଁ ପିନ୍ଧିବାକୁ ଲୁଗା ଅଛି ନା ଖାଇବାକୁ ଦାନା । ପୂର୍ବରୁ ଏଭଳି ଗୌତିକକାଣ୍ଡକୁ ବିଶ୍ବାସ କରୁ ନଥିଲେ ଗ୍ରାମବାସୀ । କିନ୍ତୁ ଲୋକଙ୍କ ଉପସ୍ଥିତିରେ ଘରର ବୋହୂଙ୍କ ଲୁଗାରେ ନିଆଁ ଲାଗିବା ପରେ କେହି ଗୁଣି କରିଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା । 

 ଏହି ଘଟଣା ଜଣାପଡ଼ିବା ପରେ ଲୋକଙ୍କ ମନରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ଅକସ୍ମାତ ଅଗ୍ନିକାଣ୍ଡ ପଛର କାରଣ କଣ ? କିଏ ନିଆଁ ଲଗାଉଛି ନା ଗୁଣିର ପ୍ରଭାବ ? କାହିଁକି କେବଳ ଦିନରେ ନିଆଁ ଲାଗୁଛି ? ଘଟଣାର ତଦନ୍ତ କରି ପୀଡ଼ିତ ପରିବାରକୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।