କନକବ୍ୟୁରୋ : ନିମାପଡା ସାହାଡ଼ା ପଡାରେ ଲାଲ ପିମ୍ପୁଡ଼ି ଆତଙ୍କ । ସାହାଡ଼ାପଡ଼ାରେ ୫୦ରୁ ଅଧିକ ପରିବାର ରହୁଥିବା ବେଳେ ପୁରା ଗାଁ ଲାଲ ପିମ୍ପୁଡି ପାଇଁ ଚିନ୍ତାରେ ପଡ଼ିଛି। କେବଳ ମଣିଷ ନୁହଁନ୍ତି ଗାଈ, ଗୋରୁ, ଛେଳି, ମେଣ୍ଡା ବି ଏହି ପିମ୍ପୁଡ଼ି କାମୁଡ଼ାରୁ ବାଦ ପଡୁନାହାଁନ୍ତି ।  ପିଲାମାନେ ଘରେ ଲକ୍ଷଣ ରେଖା ଟାଣି ପାଠ ପଢୁଛନ୍ତି ।  ଲାଲ ପିମ୍ପୁଡ଼ି ପାଇଁ ଘର ବାହାରେ ଲୁଗାପଟା ବି ଶୁଖାଇ ହେଉନାହିଁ । କେଉଁଠୁ ଏତେ ପରିମାଣର ଲାଲ ପିମ୍ପୁଡ଼ି ଆସିଲେ ତାହା ଜାଣି ହେଉନାହିଁ। ପ୍ରଶାସନ ପକ୍ଷରୁ ଏହାର ଉପଚାର ପାଇଁ କୀଟନାଶକ ସିଞ୍ଚନ କିମ୍ବା ଅନ୍ୟ କିଛି ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।