କନକ ବ୍ୟୁରୋ : ସ୍ବାଧୀନତାର ୭୮ ବର୍ଷ ପରେ ରାଜ୍ୟର ଉପକୂଳରୁ ଆସିଛି ବିଚିତ୍ର ଦୃଶ୍ୟ। ଯାହା ବିକାଶ ବିକାଶ ବୋଲି ଗର୍ଜନ କରୁଥିବା ସରକାରଙ୍କ ମୁଖା ଖୋଲି ଦେଇଛି। ଭାଷଣବାଜି କରୁଥିବା ନେତା ଓ ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି। ଆଶା କର୍ମୀ ଓ ଦୁଇ ଜଣ ମହିଳା ଜଣେ ଗର୍ଭବତୀଙ୍କୁ ପାଣି ପାରି କରାଉଛନ୍ତି। ଆଶାକର୍ମୀ ନବଜାତ ଶିଶୁକୁ କୋଳରେ ଧରି, ପ୍ରସୂତିଙ୍କୁ ଚଲାଇ ଚଲାଇ ଘରେ ପହଞ୍ଚାଇଛନ୍ତି। ପୁରୀ ଅସ୍ତରଙ୍ଗ ବ୍ଲକରୁ ଆସିଥିବା ଏ ଦୃଶ୍ୟ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ନୁହେଁ ତ ଆଉ କଣ?
ଅସ୍ତରଙ୍ଗ ବ୍ଲକର ମାନକୁଡ଼ି ଗାଁର ଇତିଶ୍ରୀ ଭୋଇଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆଶାକର୍ମୀଙ୍କୁ ଫୋନ କରିଥିଲେ ସଂପର୍କୀୟ। ଆଶା କର୍ମୀ କବିତା ରଥ ତୁରନ୍ତ ତାଙ୍କ ପାଖରେ ପହଞ୍ଚି ଯାଇଥିଲେ। ଇତିଶ୍ରୀଙ୍କୁ କାଳିଆ ଜୋର ନଦୀ ପାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଏକ ପୁତ୍ରକୁ ଜନ୍ମ ଦେଇଥିଲେ ଇତିଶ୍ରୀ। ୪ ଦିନ ପରେ ମାଆ-ଛୁଆ ଘରକୁ ଫେରିବା ଥିଲା ସବୁଠାରୁ କଷ୍ଟକର।
ନାଳ ସେପଟେ ଘର। ଗର୍ଭବତୀ ପାଣିରେ ପଶିଲେ ଶରୀର ଅସୁସ୍ଥ ହେବାର ଭୟ ରହିଛି। ତେଣୁ ଆଶାକର୍ମୀ ଜଣଙ୍କ ଇତିଶ୍ରୀ ଓ ତାଙ୍କ ଶିଶୁ ପୁତ୍ରକୁ ଟେକିଟେକି ପାଣି ପାରି କରାଇଛନ୍ତି। ପାଣିପାରି ହେବା ପରେ ଜଣେ ଗର୍ଭବତୀ ମହିଳା ପ୍ରାୟ ୧ କିଲୋମିଟର ବିଲହୁଡ଼ାରେ ଚାଲିଚାଲି ଘରେ ପହଞ୍ଚିଥିଲେ। କାରଣ ଘର ପାଖକୁ ରାସ୍ତା ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/12/TUbMqTNOLyHBT92PfqhO.jpg)