କନକ ବ୍ୟୁରୋ: ଶ୍ରୀଜଗନ୍ନାଥଙ୍କ ଜମିର ସୁରକ୍ଷା ଓ ସ୍ବଚ୍ଛତାର ସହ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଶ୍ରୀମନ୍ଦିର ପୋର୍ଟାଲ ଶ୍ରୀସମ୍ପତ୍ତି ପ୍ରସ୍ତୁତ କରାଯାଉଛି l  ରାଜ୍ୟ ସରକାର ମଧ୍ୟ ୩ ମାସ ମଧ୍ୟରେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବେ। କ୍ୟାବିନେଟ୍  ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ । ୨ବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥଙ୍କର ସମସ୍ତ ଜମି ବିବାଦ ତୁଟିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ...

Advertisment

ରାଜ୍ୟ ଓ ରାଜ୍ୟ ବାହାରେ ଶ୍ରୀଜଗନ୍ନାଥଙ୍କର ଅନେକ ସମ୍ପତ୍ତି ରହିଛି l ଏହାର ସୁରକ୍ଷା ସହ ୟୁନିଫର୍ମ ପଲିସି ଅନୁସାରେ, ସ୍ବଚ୍ଛତାର ସହ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି l ଆଗକୁ ଶ୍ରୀସମ୍ପତ୍ତି ପୋର୍ଟାଲରେ ଏସବୁ ତଥ୍ୟ ମିଳିବ l ଶ୍ରୀଜଗନ୍ନାଥଙ୍କ ଜମି ବିବାଦ ୨ବର୍ଷ ମଧ୍ୟରେ ତୁଟିବ ବୋଲି ବିଧାନସଭାରେ  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଅଧିକ ବର୍ଷ ଶ୍ରୀଜଗନ୍ନାଥଙ୍କ ଜମି ଦଖଲ କରିଥିବା ଲୋକଙ୍କୁ ୧୦୦ ଡିସିମିଲ ଜାଗା ରିହାତି ଦରରେ ଦିଆଯିବ । ଓଡ଼ିଶାର ୨୪ଟି ଜିଲ୍ଲାରେ ମହାପ୍ରଭୁଙ୍କର ୬୦ ହଜାର ୪୨୬.୯୪ ଏକର  ଓ  ଅନ୍ୟ ୬ଟି  ରାଜ୍ୟରେ ୩୯୫.୨୫ ଏକର ଜମି ଅଛି । ...

ପୂର୍ବରୁ ମହାପ୍ରଭୁଙ୍କ ଜମିକୁ ଜାଲିଆତି କରି ବିକ୍ରି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନିଆଯାଇଛି l ଏବେ ମହାପ୍ରଭୁଙ୍କ ଜମି ସମସ୍ୟାର ସମାଧାନ, ସୁପରିଚାଳନା ଓ ସ୍ବଚ୍ଛତାର ସହ ବିକ୍ରି  ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଜନସାଧାରଣ ସ୍ୱାଗତ କରିଛନ୍ତି  l ଦୀର୍ଘ ବର୍ଷ ହେବ ଏହି ଜମିରେ ରହୁଥିବା ଲୋକ ଉପକୃତ ହେବେ । ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଲାଭ ପାଇବ l  ପୁରୀର ପ୍ରାୟ ୮୦ ହଜାର ପରିବାରଙ୍କ ଦଖଲରେ ଜାଗା ଥାଇ ବି ସେମାନେ ବିଭିନ୍ନ ସରକାରୀ ଯୋଜନାରୁ  ବଞ୍ଚିତ ହେଉଥିଲେ। ଏବେ ଉପକୃତ ହେବେ ।  ସରକାରଙ୍କ ଏହି ପ୍ରତିଶ୍ରୁତି କେବେ ପୂରଣ ହେବ  ଓ ସମ୍ପୃକ୍ତ ଲୋକଙ୍କ ମୁହଁରେ ହସ ଫୁଟିବ, ତାକୁ ଅପେକ୍ଷା। ।