ନୂଆବର୍ଷରେ ପ୍ରଦୀପ ପାଣିଗ୍ରାହୀ ଆଶ୍ୱସ୍ତ । ୫ ମାମଲାରେ ଛନ୍ଦି ଠକ ବୋଲି କଳଙ୍କ ବୋଳିଥିଲା ନବୀନ ସରକାର , କୋର୍ଟ ଦେଲା କ୍ଲିନଚିଟ୍

Advertisment

୨୦୨୩, ଡିସେମ୍ବର ୨୯ ତାରିଖର କଥା ମନେ ପକାଇ ପ୍ରଦୀପ କହିଛନ୍ତି, ଜନବିରୋଧୀ କହି ମୋତେ ଦଳରୁ ବହିଷ୍କାର କରାଗଲା। ହେଲେ ସତ ଜାଣିବା ପରେ ଓଡ଼ିଶାବାସୀ ବିଜେଡିକୁ ବିତାଡ଼ିତ କରିଦେଲେ। କେବଳ ଏତିକିରେ ଅଟକି ନାହାନ୍ତି ପ୍ରଦୀପ। କିଭଳି ତାଙ୍କ ବିରୋଧରେ ଚକ୍ରାନ୍ତ ହୋଇଥିଲା, ତା ଉପରୁ ପରଦା ହଟାଇଛନ୍ତି । ଗିରଫ ପଛରେ କାର୍ତ୍ତିକଙ୍କ ଅପେକ୍ଷା ନବୀନଙ୍କ ଭୂମିକା ଅଧିକ ସନ୍ଦେହଜନକ ଥିଲା ବୋଲି ରୋକଠୋକ କହିଛନ୍ତି ପ୍ରଦୀପ ।

PZZZ\^

ZKZ^ Photograph: (òò\òMþ)

କନକ ବ୍ୟୁରୋ : ୫ଟି ମାମଲାରୁ ଦୋଷମୁକ୍ତ ହେବା ପରେ ବ୍ରହ୍ମପୁର ସାଂସଦଙ୍କ ପ୍ରଥମ ପ୍ରତିକ୍ରିୟା। ଶାସନ କ୍ଷମତାରୁ ବିତାଡ଼ିତ ହୋଇଥିବା ବିଜେଡିର ଭବିଷ୍ୟତ ଆକଳନ କରି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଆଗକୁ ବିଜେଡି ଶେଷ ହୋଇଯିବ। କେବଳ ଏତିକି ନୁହେଁ, ବିଜେଡି ଓ ବିଜେଡି ସୁପ୍ରିମୋଙ୍କର ପାଞ୍ଜି ଖୋଲିବାକୁ ସମୟସୀମା ଧାର୍ଯ୍ୟ କରିଛନ୍ତି । ନବୀନ ପଟ୍ଟନାୟକ ଓ ବିଜେଡି କେତେ ସ୍ବଚ୍ଛ, ତାହା ଓଡ଼ିଶାବାସୀଙ୍କୁ ଜଣାଇବାକୁ ଡେଡଲାଇନ ଦେଇଛନ୍ତି । ବିଜେଡିରୁ ତାଙ୍କୁ ବହିଷ୍କୃତ କରାଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ବୋଲି କହିଛନ୍ତି ପ୍ରଦୀପ। 

୨୦୨୩, ଡିସେମ୍ବର ୨୯ ତାରିଖର କଥା ମନେ ପକାଇ ପ୍ରଦୀପ କହିଛନ୍ତି, ଜନବିରୋଧୀ କହି ମୋତେ ଦଳରୁ ବହିଷ୍କାର କରାଗଲା। ହେଲେ ସତ ଜାଣିବା ପରେ ଓଡ଼ିଶାବାସୀ ବିଜେଡିକୁ ବିତାଡ଼ିତ କରିଦେଲେ। କେବଳ ଏତିକିରେ ଅଟକି ନାହାନ୍ତି ପ୍ରଦୀପ। କିଭଳି ତାଙ୍କ ବିରୋଧରେ ଚକ୍ରାନ୍ତ ହୋଇଥିଲା, ତା ଉପରୁ ପରଦା ହଟାଇଛନ୍ତି । ଗିରଫ ପଛରେ କାର୍ତ୍ତିକଙ୍କ ଅପେକ୍ଷା ନବୀନଙ୍କ ଭୂମିକା ଅଧିକ ସନ୍ଦେହଜନକ ଥିଲା ବୋଲି ରୋକଠୋକ କହିଛନ୍ତି ପ୍ରଦୀପ । ଅନ୍ୟପଟେ ପ୍ରଦୀପଙ୍କୁ କାଉଣ୍ଟର କରି ବିଜେଡି କହିଛି, ନବୀନଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଅବାସ୍ତବ। ଯିଏ ଯେମିତି କର୍ମ କରେ, ସିଏ ସେମିତି ଫଳ ପାଏ। 

୫ଟି ମାମଲାରୁ ପ୍ରଦୀପ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଆହୁରି ୨ଟି ମାମଲା ବିଚାରଧୀନ ଅଛି। କୋର୍ଟଙ୍କ ରାୟ ପରେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ସମର୍ଥକ। ଅନ୍ୟପଟେ ପ୍ରଦୀପଙ୍କ ବୟାନ ଓଡ଼ିଶା ରାଜନୀତିକୁ ପୁଣି ଉଷ୍ମ କରିଛି। ଏବେ ଅପେକ୍ଷା ରହିଛି, ଓଡ଼ିଆ ନୂଆ ବର୍ଷକୁ, ଯେବେ ପ୍ରଦୀପ ଖୋଲିବେ ବିଜେଡିର ପାଞ୍ଜି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe