ନୟାଗଡ଼ ଜିଲ୍ଲା ପରିଷଦ ବୈଠକରେ ଅଭାବନୀୟ ଚିତ୍ର: ମୁହାଁମୁହିଁ ହେଲେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା

Advertisment

ନୟାଗଡ଼ ଜିଲ୍ଲା ପରିଷଦ ବୈଠକ ବେଳେ ହୋହଲ୍ଲା । ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ମୁହାଁମୁହିଁ । ପ୍ରଶ୍ନ ଉତ୍ତର ଚାଲିଥିବା ବେଳେ ଖଣ୍ଡପଡା ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କୁ ବିଧାୟକ ଦୁଷ୍ମନ୍ତ ସ୍ବାଇଁ କଟାକ୍ଷ କରିଥିଲେ

ନୟାଗଡ଼ ଜିଲ୍ଲା ପରିଷଦ ବୈଠକ ବେଳେ ହୋହଲ୍ଲା । ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ମୁହାଁମୁହିଁ । ପ୍ରଶ୍ନ ଉତ୍ତର ଚାଲିଥିବା ବେଳେ ଖଣ୍ଡପଡା ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କୁ ବିଧାୟକ ଦୁଷ୍ମନ୍ତ ସ୍ବାଇଁ କଟାକ୍ଷ କରିଥିଲେ

22

Photograph: (kanak news)

କନକ ବ୍ୟୁରୋ:ନୟାଗଡ଼ ଜିଲ୍ଲା ପରିଷଦ ବୈଠକ ବେଳେ ହୋହଲ୍ଲା । ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ମୁହାଁମୁହିଁ । ପ୍ରଶ୍ନ ଉତ୍ତର ଚାଲିଥିବା ବେଳେ ଖଣ୍ଡପଡା ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କୁ ବିଧାୟକ ଦୁଷ୍ମନ୍ତ ସ୍ବାଇଁ କଟାକ୍ଷ କରିଥିଲେ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଧାୟକ ଏବଂ ବ୍ଲକ ଅଧ୍ୟକ୍ଷା । ଜିଲ୍ଲା ପରିଷଦର ଏହି ଏକାଦଶ ସାଧାରଣ ଅଧିବେଶନରେ ଖୋଦ୍ ବାଚସ୍ପତି ସୁରମା ପାଢୀ ଉପସ୍ଥିତ ଥିଲେ । ବାଚସ୍ପତିଙ୍କ ଉପସ୍ଥିତିରେ ଏହି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଥିଲା ।

ଖଣ୍ଡପଡା ବ୍ଲକ ଅଧ୍ୟକ୍ଷା ଉପମା ବେହେରା ଅଭିଯୋଗ କରିଥିଲେ ଯେ, ତାଙ୍କୁ ବ୍ଲକ ପକ୍ଷରୁ କୌଣସି ସରକାରୀ କାର୍ୟ୍ୟକ୍ରମ ସମ୍ପର୍କରେ ଖବର ଦିଆଯାଉନାହିଁ । ଏହି ପ୍ରଶ୍ନରେ ବିଧାୟକ ଦୁଷ୍ମନ୍ତ ସ୍ବାଇଁ କଟାକ୍ଷ କରି କହିଥିଲେ, ଅଧ୍ୟକ୍ଷାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ, ତାଙ୍କର ସ୍ନାୟୁ ଚାଲୁନି । ବିଧାୟକଙ୍କର ଏହି କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖଣ୍ଡପଡା ବ୍ଲକ ଅଧ୍ୟକ୍ଷା । ବିଧାୟକ ତାଙ୍କୁ ବିଜେପିରେ ମିଶିବା ପାଇଁ କହିଥିଲେ। କିନ୍ତୁ ସେ ତାଙ୍କ କଥାରେ ରାଜି ନହେବାରୁ ଏଭଳି ବିଭିନ୍ନ ବୈଠକରେ ଅପମାନିତ କରୁଥିବା ଅଭିଯୋଗ କରିଛନ୍ତି ଅଧ୍ୟକ୍ଷା। ବୈଠକରେ ଜିଲ୍ଲାର ତିନି ବିଧାୟ, ବାଚସ୍ପତି ଏବଂ କନ୍ଧମାଳ ସାଂସଦ ଉପସ୍ଥିତ ଥିଲେ । ଜିଲ୍ଲାର ବିକାଶ ନେଇ ବିଭିନ୍ନ ସରକାରୀ କାମର ସମୀକ୍ଷା ଦିଗରେ ଆଲୋଚନା ହୋଇଛି । 

ଆଧିକ ପଢନ୍ତୁ ;ଆଖି ବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା; ହୃଦଘାତରେ ହେଲା ଦେହାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe