କନକ ବ୍ୟୁରୋ : ମୁମ୍ବାଇ ମେଟ୍ରୋପଲିର ଶିବସେନା ଗଡ କୁହାଯାଉଥିବା ୱରଲି ଆସନରୁ ୨୦୨୯ରେ ଆଦିତ୍ୟ ଠାକରେ ୬୯.୧୪ ପ୍ରତିଶତ ଭୋଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇଥିଲେ । ତାପୂର୍ବରୁ ୨୦୧୪ରେ ଶିବସେନାର ସୁନୀଲ ସିନ୍ଦେ ମଧ୍ୟ ବିଜୟୀ ହୋଇଥିଲେ । ଏହାଛଡା ଲଗାତାର ତିନୋଟି ଲୋକସଭା ନିର୍ବାଚନ ଯଥାକ୍ରମେ ୨୦୧୪, ୧୦୧୯ ଓ ୨୦୨୪ରେ ଶିବସେନା ଉଦ୍ଧବ ଗୋଷ୍ଠୀର ଅରବିନ୍ଦ ସାୱନ୍ତ ଲଗାତାର ଜିତୁଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ଆଦିତ୍ୟଙ୍କ ବିଜୟ ବ୍ୟବଧାନ ପ୍ରାୟ ୬୭ହଜାର ଭୋଟରୁ ଅଧିକ ଥିଲା । ମାତ୍ର ଅରବିନ୍ଦ ମୁମ୍ବାଇ ଦକ୍ଷିଣ ଲୋକସଭା ଆସନ ଅନ୍ତର୍ଗତ ୱରଲିରୁ  ଗତ ୨୦୨୪ ନିର୍ବାଚନରେ ମାତ୍ର ୬୭୧୫ ଭୋଟ ପାଇଥିଲେ । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଆଦିତ୍ୟଙ୍କୁ ଜିତିବାକୁ ହେଲେ ପରିଶ୍ରମ କରିବାକୁ ପଡିବ । 

Advertisment

ଅନ୍ୟପକ୍ଷରେ ଶିବସେନା ସିନ୍ଦେଗୋଷ୍ଠୀର ପ୍ରାର୍ଥୀ ମିଳିନ୍ଦ ଦେଓରାଙ୍କ ପାଇଁ ୱରଲି କିଛି ନୂଆ ନୁହେଁ । ପୂର୍ବରୁ କଂଗ୍ରେସ ପ୍ରାର୍ଥୀଭାବେ ମିଳିଦ ଦେଓରା ମୁମ୍ବାଇ ଦକ୍ଷିଣ ଆସନରୁ ଲଗାତାର ୨୦୦୪ ଓ ୨୦୦୯ଲୋକସଭା ଆସନ ଜିତିଥିଲେ । ତାପୂର୍ବରୁ ତାଙ୍କ ବାପା ସ୍ବର୍ଗତ ମୁରଲୀ ଦେଓରା ମଧ୍ୟ ଲଗାତାର ୩ଥର ସହ  ସର୍ବମୋଟ ୪ଥର ଲୋକସଭା ଆସନରେ ଜିତିଥିଲେ । ତେଣୁ ମିଳିନ୍ଦ ବାପାଙ୍କ ପାରମ୍ପାରିକ ଆସନରେ  ଭୋଟରଙ୍କ ମନଜିତିବାକୁ ଚେଷ୍ଟା କରୁଛନ୍ତି । ଏବର୍ଷ କଂଗ୍ରେସ ଛାଡି ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଥିଲେ । ମିଳିନ୍ଦଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା । ଗତଲୋକସଭା ନିର୍ବାଚନରେ ୱରଲିରେ ଦଳ ପାଇଁ କାମ କରୁଥିଲେ

ଶିବସେନା ଏହି ଦୁଇ ଯୁବ ପ୍ରାର୍ଥୀମାନେ ନିଜ ନିଜ ବାପାଙ୍କ ଆଧିପତ୍ୟକୁ ପ୍ରସଙ୍ଗ କରି ଭୋଟର ପ୍ରଭାବିତ କରିବାକୁ ଚେଷ୍ଟାରେ ଅଛନ୍ତି । କିନ୍ତୁ ଏଠାରେ ତୃତୀୟ ପ୍ରାର୍ଥୀ ହେଲେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନାର ସନ୍ଦିପ ଦେଶପାଣ୍ଡେ । ୱରଲିରେ ରାଜ ଠାକରେଙ୍କ ମଧ୍ୟରେ ଭଲ ପ୍ରଭାବ ରହିଛି । ଏପରିସ୍ଥଳରେ ଦୁଇ ସେନାର କଳିରୁ ମହାରାଷ୍ଟ୍ର ନବନିର୍ମାଣ ବାଜି ମାରିବାକୁ ସମସ୍ତ ଚେଷ୍ଟା କରିବ ।