କନକ ବ୍ୟୁରୋ : ମାହାଙ୍ଗା ବ୍ଲକ ପରିସରରେ ଆଜି ବି ଜାରି ରହିଛି ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନ। ବ୍ଲକ୍ କାର୍ଯ୍ୟାଳୟରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରଶାସନର ଅବହେଳା ଓ ଉଦ୍ଦେଶ୍ୟମୂଳକ ଭାବେ ଦରମା ବନ୍ଦ ପ୍ରତିବାଦରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ୧୪ଟି ପଞ୍ଚାୟତର ସିଆରପି ଓ ଏମବିକେ ଆମରଣ ଅନଶନକୁ ଓହ୍ଲାଇଛନ୍ତି। ଦୀର୍ଘ ୩ ବର୍ଷ ହେଲା ସେମାନେ କାର୍ଯ୍ୟ ସୁଚାରୁ ରୂପେ କରୁଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ସେମାନଙ୍କର ଦରମା ବନ୍ଦ କରିଥିବା ଅଭିଯୋଗ ହୋଇଛି । ପ୍ରାପ୍ୟ ନମିଳିଲା ଯାଏଁ ବ୍ଲକ ପରିସରରେ ଦିବାରାତ୍ର ଧାରଣାରେ ବସିବେ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି ।
ମାହାଙ୍ଗା ବ୍ଲକରେ ଆଜି ବି ଚାଲିଛି ମିଶନ୍ ଶକ୍ତି ମହିଳାଙ୍କ ଧାରଣା । ପ୍ରଶାସନର ଅବହେଳା ଓ ଦରମା ବନ୍ଦକୁ ନେଇ ପ୍ରତିବାଦ
ପ୍ରଶାସନର ଅବହେଳା ଓ ଉଦ୍ଦେଶ୍ୟମୂଳକ ଭାବେ ଦରମା ବନ୍ଦ ପ୍ରତିବାଦରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ୧୪ଟି ପଞ୍ଚାୟତର ସିଆରପି ଓ ଏମବିକେ ଆମରଣ ଅନଶନକୁ ଓହ୍ଲାଇଛନ୍ତି। ଦୀର୍ଘ ୩ ବର୍ଷ ହେଲା ସେମାନେ କାର୍ଯ୍ୟ ସୁଚାରୁ ରୂପେ କରୁଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ସେମାନଙ୍କର ଦରମା ବନ୍ଦ କରିଥିବା ଅଭିଯୋଗ ହୋଇଛି ।
/kanak/media/media_files/2025/01/29/Fcb3vyx3RDcCYJano3fp.jpg)