ରାଜ୍ୟରେ ପାଣିରେ ବୁଡି ୩ ବର୍ଷରେ ଯାଇଛି ୨,୦୬୪ ଜଣଙ୍କ ଜୀବନ: କଟକରେ ସର୍ବାଧିକ ୨୫୨ ଜଣଙ୍କ ମୃତ୍ୟୁ

Advertisment

ବିଧାନସଭାରେ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ବିଗତ ତିନି ବର୍ଷରେ କେଉଁ ଜିଲ୍ଲାର କେଉଁ ନଦୀର କେଉଁ ଘାଟ, କେଉଁ ସମୁଦ୍ର ବେଳାଭୂମି ଓ ପୋଖରୀରେ ବୁଡି କେତେଜଣ ମୃତ୍ୟୁବରଣ କରିଛନ୍ତି ?

ବିଧାନସଭାରେ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ବିଗତ ତିନି ବର୍ଷରେ କେଉଁ ଜିଲ୍ଲାର କେଉଁ ନଦୀର କେଉଁ ଘାଟ, କେଉଁ ସମୁଦ୍ର ବେଳାଭୂମି ଓ ପୋଖରୀରେ ବୁଡି କେତେଜଣ ମୃତ୍ୟୁବରଣ କରିଛନ୍ତି ?

SCSC

Photograph: (KANAK NEWS)

କନକ ବ୍ୟୁରୋ: ବିଧାନସଭାରେ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ବିଗତ ତିନି ବର୍ଷରେ କେଉଁ ଜିଲ୍ଲାର କେଉଁ ନଦୀର କେଉଁ ଘାଟ, କେଉଁ ସମୁଦ୍ର ବେଳାଭୂମି ଓ ପୋଖରୀରେ ବୁଡି କେତେଜଣ ମୃତ୍ୟୁବରଣ କରିଛନ୍ତି ? ସମ୍ୱେଦନଶୀଳ ଅଞ୍ଚଳକୁ ଚିହ୍ନଟ କରି ସେଠାରେ ସତର୍କ ସୂଚନା ଫଳକ ଲଗାଇ ପାଣି ବୁଡି ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ବ୍ୟବସ୍ଥା କରିବେ କି । 

ତେବେ ବିଧାୟକଙ୍କ ଏହି ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ୩ ବର୍ଷରେ ମୋଟ ୨,୦୬୪ ଜଣ ନଦୀ, ସମୁଦ୍ର ଓ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । କଟକରେ ସର୍ବାଧିକ ୨୫୨ ଜଣଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି । ସେହିପରି ମୟୂରଭଞ୍ଜରେ ୨୫୧, କୋରାପୁଟରେ ୨୦୭ ଓ ନବରଙ୍ଗପୁରରେ ୧୦୨ ଜଣଙ୍କ ଜୀବନ ଯାଇଛି ପାଣିରେ ବୁଡି । 

ଏହାବ୍ୟତୀତ ସମୁଦ୍ର, ନଦୀ ଓ ପୋଖରୀରେ ବୁଡି ମୃତ୍ୟୁକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ରାମଚଣ୍ଡୀ, ପୁରୀଠାରେ ଓଡିଶା ଜଳ ଦକ୍ଷତା ଓ ଜଳ ଉଦ୍ଧାର ଅନୁଷ୍ଠାନ  ପ୍ରତିଷ୍ଠା କରାଯାଇ ଅଗ୍ନିଶମ ଓ ଜରୁରୀକାଳୀନ ସେବା କର୍ମଚାରୀ ଓ ଗୃହରକ୍ଷୀମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି । ପୁରୀ ସମୁଦ୍ର ତଟରେ ବୁଡି ଯାଉଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଧାର ପାଇଁ ଆବଶ୍ୟକୀୟ ଉପକରଣ ସହ ଅଗ୍ନିଶମ କର୍ମଚାରୀ ଓ ଗୃହରକ୍ଷୀଙ୍କୁ ଲାଇଫଗାର୍ଡ ଭାବେ ମୁତୟନ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe