କୁମ୍ଭମେଳାରେ ପିଲଭିତ ଏନକାଉଣ୍ଟରର ପ୍ରତିଶୋଧ ନେବ ପନ୍ନୁ । ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧମକ

Advertisment

ପନ୍ନୁର ଏକ ଧମକପୂର୍ଣ୍ଣ ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ସେ ଅନେକ ଗୁଡିଏ ଅଭିଯୋଗ ଲଗାଇବା ସହ ମୋଦୀ ଓ ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛି ।

ପନ୍ନୁର ଏକ ଧମକପୂର୍ଣ୍ଣ ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ସେ ଅନେକ ଗୁଡିଏ ଅଭିଯୋଗ ଲଗାଇବା ସହ ମୋଦୀ ଓ ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛି ।

ghn

ass Photograph: (hj,k,)

କନକ ବ୍ୟୁରୋ : ଓଡିଶା ପରେ ଉତ୍ତରପ୍ରଦେଶ ସରକାରଙ୍କୁ ଖାଲିସ୍ତାନୀ ଆତଙ୍କୀର ଧମକ ଭିଡିଓ ଭାଇରାଲ୍ । ଏଥର ଖାଲିସ୍ତାନୀ ଆତଙ୍କୀଙ୍କ ଟାର୍ଗେଟରେ ପ୍ରସିଦ୍ଦ କୁମ୍ଭମେଳା ରହିଥିବା ଜଣାପଡିଛି । ପିଲିଭିତରେ ୩ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଏନକାଉଣ୍ଟର କରାଯିବା ପରେ ଏବେ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ପ୍ରତିଶୋଧ ନେବାକୁ ଧମକ ଦେଇଛନ୍ତି । ପନ୍ନୁର ଏକ ଧମକପୂର୍ଣ୍ଣ ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ସେ ଅନେକ ଗୁଡିଏ ଅଭିଯୋଗ ଲଗାଇବା ସହ ମୋଦୀ ଓ ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛି । ପନ୍ନୁ  ଭିଡିଓରେ ଧମକ ଦେଇ କହିଛି ମହାକୁମ୍ଭରେ ୩ଟି ତାରିଖରେ ପ୍ରତିଶୋଧ ନେବେ। ସେଥିମଧ୍ୟରୁ ୧୪ ଜାନୁୟାରୀ ୨୦୨୫ରେ ମକର ସଂକ୍ରାନ୍ତିରେ ପ୍ରଥମ ଶାହି ସ୍ନାନ, ୨୯ ଜାନୁୟାରୀ ୨୦୨୫ରେ ମୌନୀ ଅମାବାସ୍ୟାରେ  ଦ୍ୱିତୀୟ ଶାହି ସ୍ନାନ ଏବଂ ୩ ଫେବୃଆରୀ ୨୦୨୫ ରେ ବସନ୍ତ ପଞ୍ଚମୀର ହେବାକୁ ଥିବା ତୃତୀୟ ଶାହି ସ୍ନାନରେ  ସେ ପ୍ରତିଶୋଧ ନେବାକୁ ଧମକ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe