କନକ ବ୍ୟୁରୋ : କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବିରେ ଜାରି ରହିଛି ଆନ୍ଦୋଳନ । ରାଜ୍ୟର ଡାକ୍ତରମାନଙ୍କ ଭିତରେ ମମତା ସରକାର ବିରୋଧରେ ବଢୁଛି ଅସନ୍ତୋଷ ଓ ତାତି । ଆଜି କୋଲକାତାରେ ଜୋରଦାର ପ୍ରଦର୍ଶନ କରିଛନ୍ତି ଡାକ୍ତର । ଏଥିସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଛନ୍ତି ଆଇଏମଏ ଅଧିକାରୀ ଓ ଡାକ୍ତର ପ୍ରତିନିଧିମଣ୍ଡଳୀ । ଅନ୍ୟପଟେ ରାଜଭବନ ପର୍ଯ୍ୟନ୍ତ ଡାକ୍ତରମାନେ ପଦଯାତ୍ରା କରିଛନ୍ତି ।