କନକ ବ୍ୟୁରୋ : ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ଲାଗି ପାକିସ୍ତାନ ଅଧିକୃତ କାଶ୍ମୀରରେ ୧୫୦ରୁ ଅଧିକ ତାଲିମପ୍ରାପ୍ତ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ପିଓକେର ନୀଲମ ଭ୍ୟାଲିର ୬ଟି ଲଞ୍ଚ ପ୍ୟାଡ୍‌ରେ ଆତଙ୍କବାଦୀମାନେ ସଜାଗ ରହିଛନ୍ତି। ପିଓକେରେ କାଶ୍ମୀର ଏକତା ଦିବସ ପାଳନ ଦିନ ଠାରୁ ଆତଙ୍କବାଦୀମାନେ ଭାରତ ସୀମାକୁ ଅନୁପ୍ରବେଶ ଲାଗି ଏକଜୁଟ୍ ହୋଇଛନ୍ତି। ଭାରତ ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ ଏହି ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଯୋଜନା କରିଛନ୍ତି। ସେମାନେ ଭାରତର ସୀମାରେ ଥିବା ସେନାର ଆଗୁଆ ଘାଟିଗୁଡିକ ଉପରେ ଆକ୍ରମଣ କରିବେ। ଗୁଇନ୍ଦା ବିଭାଗର ଏପରି ସୂଚନା ପରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀକୁ ହାଇ ଆଲର୍ଟ ଜାରି କରାଯାଇଛି। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ନେଟୱର୍କକୁ ନଷ୍ଟ କରିବା ଲାଗି ସୁରକ୍ଷାବାହିନୀ ବ୍ୟାପକ ଅଭିଯାନ ଚଳାଇଛି। କାଶ୍ମୀର ରେଞ୍ଜ ଆଇଜିପି ଭିକେ ବିର୍ଦି କହିଛନ୍ତି ଯେ ଶ୍ରୀନଗର ସମେତ କାଶ୍ମୀର ଜୋନ୍‌ର ସମସ୍ତ ଜିଲାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା