ପ୍ରବଳ ଗରମରେ ହନ୍ତସନ୍ତ ରାଜ୍ୟବାସୀ । ୪୩ ଡିଗ୍ରି ପାରଦ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

୪୩. ୨ ଡିଗ୍ରୀ ତାପମାତ୍ରା ସହିତ ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଟିଟିଲାଗଡ଼ରେ ୪୨.୫, ବଲାଙ୍ଗୀରରେ ୪୨, ସୁନ୍ଦରଗଡ଼ରେ ୪୧.୮, ହୀରାକୁଦରେ ୪୧.୬, ଭୁବନେଶ୍ବରରେ ୪୦.୭ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ଆଜି ରେକର୍ଡ ହୋଇଛି । ଗତକାଲି ଏବଂ ମାର୍ଚ୍ଚ ୨୮ ତାରିଖରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ ହୋଇଥିଲା ।  

f4rr4sfsf

କନକ ବ୍ୟୁରୋ : ଖରା ତାତି ଓ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରଠୁ ଏମିତି ଝାଞ୍ଜି ବହୁଛି ଯେ, ଘରୁ ବାହାରି ହେଉନି । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଯେମିତି ଆକାଶରୁ ଖସୁଛି ନିଆଁ ଝୁଲ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଆଜି ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । 

୪୩. ୨ ଡିଗ୍ରୀ ତାପମାତ୍ରା ସହିତ ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଟିଟିଲାଗଡ଼ରେ ୪୨.୫, ବଲାଙ୍ଗୀରରେ ୪୨, ସୁନ୍ଦରଗଡ଼ରେ ୪୧.୮, ହୀରାକୁଦରେ ୪୧.୬, ଭୁବନେଶ୍ବରରେ ୪୦.୭ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ଆଜି ରେକର୍ଡ ହୋଇଛି । ଗତକାଲି ଏବଂ ମାର୍ଚ୍ଚ ୨୮ ତାରିଖରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ ହୋଇଥିଲା ।  

ରାଜ୍ୟରେ ଏଭଳି ଅସହ୍ୟ ଖରା ଆହୁରି ୪ ଦିନ ଲାଗିରହିବ । ୧୫ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । 

ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ବ୍ୟାହତ ହୋଇଛି ସାଧାରଣ ଜନଜୀବନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe